www.samajalive.in
Saturday, December 6, 2025
17.1 C
Bhubaneswar

ସଇଁନ୍ତଲା ସିଲେଟପଡ଼ା ରେଲୱେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ସଇଁନ୍ତଲା : ସଇଁନ୍ତଲା ରେଲୱେ ଷ୍ଟେସନରୁ ଠିକ ଦୁଇଶହ ମିଟର ଦୁରରେ ଥିବା ସିଲେଟପଡା ରେଲୱେ ଷ୍ଟେସନ ନିକଟରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଯାଇଛି। ଅନେକ ଦିନ ଧରି ଏଲଏନଟି କମ୍ପାନୀ ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରେ କାମ କରୁଥିବା ନେଇ ସଇଁନ୍ତଲା ସିଲେଟ ପଡ଼ାଠାରେ କେବୁଲ ପାଇପ ସହ ବିଦ୍ୟୁତ୍ ତାର ଓ ଲାଇଟ ଖୁମ୍ବ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ରଖା ଯାଇଥିଲା । କୌଣସି କାରଣରୁ ଆଜି ସକଳେ ଏଥିରେ ନିଆ ଲାଗିଥିଲା । ଫଳରେ ଅନେକ ସମୟ ଧରି ଅଞ୍ଚଳରେ ଭୟାବହ ପରିସ୍ଥିତି ଦେଖାଦେଇଥିଲା ଓ ଯାମପଦର ଓ ସଇଁନ୍ତଲା ରାସ୍ତାଟି ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ପରେ ସଇଁନ୍ତଲା ଓ ଦେଓଗାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି। ଅନ୍ୟପଟେ ନିଆଁ କିଏ ଜଳାଇଲେ ଓ କାହିକି ଜଳାଇଲା ତାହା ନେଇ ସ୍ପଷ୍ଟ ଜଣାପଡିନାହିଁ। ବର୍ତମାନ ପର୍ୟ୍ୟନ୍ତ ଏଲଏନଟି କମ୍ପାନୀ କିମ୍ବା ରେଲୱେ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ କେହି ଆସିନାହାନ୍ତି ଓ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories