www.samajalive.in
Sunday, December 14, 2025
26.1 C
Bhubaneswar

ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଦାଖଲ ସମୟ ସୀମା ବୃଦ୍ଧି

୨୦୨୧ ବର୍ଷ ପାଇଁ ସର୍ବ ଭାରତୀୟ ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା ୨୦୨୧ ଜାନୁଆରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନ୍ ଆବେଦନ ସମୟ ସୀମା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏଥିପାଇଁ ନଭେମ୍ବର ୧୯ ଆବେଦନର ଶେଷ ତାରିଖ ଥିଲା।

ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିସନ୍ ପାଇଁ ପ୍ରାର୍ଥୀମାନଙ୍କ ଜନ୍ମ ୨୦୦୯ ଏପ୍ରିଲ୍ ୦୧ରୁ ୨୦୧୧ ମାର୍ଚ୍ଚ ୩୧ ମଧ୍ୟରେ ହୋଇଥିବା ଆବଶ୍ୟକ। ଓଡିଶାରେ ଭୁବନେଶ୍ୱର ସୈନିକ ସ୍କୁଲ୍ ଏବଂ ସମ୍ବଲପୁର ସୈନିକ ସ୍କୁଲ୍ କେବଳ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବେ। ଭୁବନେଶ୍ୱର ସୈନିକ ସ୍କୁଲରେ ବାଳକମାନଙ୍କ ପାଇଁ ୫୫ ଟି ଏବଂ ବାଳିକାମାନଙ୍କ ପାଇଁ ୧୦ ଟି ପଦବୀ ଥିବାବେଳେ ସମ୍ବଲପୁର ନୂତନ ସୈନିକ ସ୍କୁଲରେ ବାଳକମାନଙ୍କ ପାଇଁ ୯୦ ଟି ଏବଂ ବାଳିକାମାନଙ୍କ ପାଇଁ ୧୦ ଟି ପଦବୀ ଖାଲି ଅଛି। ଷଷ୍ଠ ଶ୍ରେଣୀ ପାଇଁ ପରୀକ୍ଷଣର ମାଧ୍ୟମ ଇଂରାଜୀ, ହିନ୍ଦୀ ଏବଂ ଆଞ୍ଚଳିକ ଭାଷା ଓଡିଆ ରହିବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories