ଭୁବନେଶ୍ବରରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ୫୭ ଚିହ୍ନଟ, ୬୦ ସୁସ୍ଥ

ଭୁବନେଶ୍ବର: ଗତ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ବରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ତେବେ ଆଜି ରାଜଧାନୀ ଭୁବନେଶ୍ବରରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଅପେକ୍ଷା ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବୃଦ୍ଧି ପାଇଛି। ଗତକାଲି ଭୁବନେଶ୍ବରରୁ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲୋ। ତେବେ ଆଜି ୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜଧାନୀ ଭୁବନେଶ୍ବରରେ ୧୧ଜଣ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର ମହାନଗର ନିଗମ ଟ୍ବିଟ୍ କରି ସୂଚନା ଦେଇଛି ଯେ ଆଜି ଭୁବନେଶ୍ବରରେ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୭ ଏବଂ ଲୋକାଲ୍ କଣ୍ଟାକ୍ଟ କେସ୍ ୪୦ ରହିଛି। ସେହିପରି ଆଜି ଭୁବନେଶ୍ବରରେ ୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି।
ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ୫୭ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ନିକଟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଜି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଇଆର୍ସି ଭିଲେଜ୍ରୁ ୭, ବରମୁଣ୍ଡା ୨ ସମେତ ଭୋଇନଗର, କାନନ ବିହାର, ଲକ୍ଷ୍ମୀସାଗର, ନୀଳାଦ୍ରିବିହାର, ପୁରୁଣା ଭୁବନେଶ୍ବର, ୟୁନିଟ୍ ୯, ପଟିଆ ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲୋକାଲ୍ କଣ୍ଟାକ୍ଟ କେସ୍ କରୋନାରୁ ଚିହ୍ନଟ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ବିଜେବି ନଗରରୁ ଜଣେ, ବମିଖାଲରୁ ଜଣେ, ଚକେଇସିଆଣିରୁ ଜଣେ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ, ଡେଲଟା ସ୍କୋୟାର ଅଞ୍ଚଳରୁ ଜଣେ, ଡୁମଡୁମା ଅଞ୍ଚଳରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଝାରପଡ଼ାରୁ ୩ଜଣ, ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇଜଣ, ମଞ୍ଚେଶ୍ବର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ୫ଜଣ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ଓଲଡ ଏଜି କଲୋନିରୁ ୫ଜଣ, ଓଲଡ ଟାଉନରୁ ୨ଜଣ, ପଳାଶପଲ୍ଲୀରୁ ଜଣେ, ପଟିଆରୁ ଛଅଜଣ, ସତ୍ୟନଗର ଅଞ୍ଚଳରୁ ଜଣେ, ୟୁନିଟ-୨ରୁ ଜଣେ, ୟୁନିଟ-୬ରୁ ଜଣେ, ୟୁନିଟ-୮ରୁ ଦୁଇଜଣ, ବାଣୀବିହାର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୦୨୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୯୪୧୮ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି। ଏବେ ୬୪୬ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ଏବଂ ୧୯୯ଜଣଙ୍କ ମୃତ୍ୟୁ ହୋଇସାରିଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
Update on newly detected #COVID19 cases in the last
24 hrs under the BMC area on 18th Nov (till 9am) pic.twitter.com/d5MuLCSxr3— BMC (@bmcbbsr) November 18, 2020
Comments are closed.