କୁଆଲାଲମ୍ପପୁର : ଏଠାରେ ଖେଳାଯାଉଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିରେ ପରାସ୍ତ ହୋଇଛନ୍ତି ଭାରତର ସାଇନା ନେହୱାଲ୍। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ସାଇନାଙ୍କୁ ଅଲିମ୍ପିକ୍ସ ଏବଂ ବିଶ୍ବ ଚମ୍ପିଆନ୍ ସ୍ପେନର କାରୋଲିନା ମାରିନ୍ ସିଧାସଳଖ ୧୬-୨୧, ୧୩-୨୧ ଗେମ୍ରେ ପରାସ୍ତ କରିଥିଲେ। ପ୍ରଥମ ଗେମ୍ରେ ସାଇନା ମୂଳରୁ ଭଲ ପ୍ରଦର୍ଶନ କରିବା ସହ ୪ର୍ଥ ସିଡ୍ ମାରିନ୍ଙ୍କୁଠାରୁ ଅଗ୍ରଣୀ ହାସଲ କରିଥିଲେ। ଏକଦା ସାଇନା ୫-୨ ପଏଣ୍ଟରେ ଆଗୁଆ ରହିଥିଲେ। ତେବେ ମଧ୍ୟାନ୍ତର ବେଳକୁ ମାରିନ୍ ୧୧-୯ ପଏଣ୍ଟରେ ଆଗୁଆ ରହିଥିଲେ। ପରବର୍ତ୍ତୀ ସମୟରେ ମାରିନା ଆକ୍ରମଣାତ୍ମକ ପ୍ରଦର୍ଶନ କରି ପ୍ରଥମ ଗେମ୍ ଜିତି ନେଇଥିଲେ। ଦ୍ବିତୀୟ ଗେମ୍ରେ ମାରିନ ମୂଳରୁ ଭଲ ପ୍ରଦର୍ଶନ କରିବା ସହ ୬-୧ ପଏଣ୍ଟରେ ଆଗୁଆ ରହିଥିଲେ। ମଧ୍ୟାନ୍ତର ବେଳକୁ ମାରିନ ୧୧-୬ ପଏଣ୍ଟରେ ଅଗ୍ରଣୀ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଗେମ୍କୁ ଫେରିବାକୁ ସାଇନା ବହୁ ଚେଷ୍ଟା କରିଥିଲେ ମଧ୍ୟ ମାରିନ ତାଙ୍କୁ ସେ ସୁଯୋଗ ଦେଇନଥିଲେ। ମାରିନ୍ ଭଲ ପ୍ରଦର୍ଶନ ବଜାୟ ରଖି ଦ୍ବିତୀୟ ଗେମ୍କୁ ମଧ୍ୟ ଜିତି ଫାଇନାଲରେ ପ୍ରବେଶ କରିଥିଲେ।
Popular Categories



