www.samajalive.in
Saturday, December 13, 2025
26.1 C
Bhubaneswar

ଏନଏମଆଇସିକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବଇ: ଭାରତୀୟ ଚଳଚ୍ଚିତ୍ରରେ ଦେଶର ବିବିଧତାର ଛାପ ଦେଖିବାକୁ ମିଳିଥାଏ ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାରେ ଏହାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶନିବାର ମୁମ୍ବଇରେ ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟ(ଏନଏମଆଇସି)କୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
ପାଖାପାଖି ଥିବା ଦୁଇଟି ଅଟ୍ଟାଳିକାରେ ଏହି ସଂଗ୍ରହାଳୟ ରହିଛି । ୧୨୦୦୦ ବର୍ଗ ମିଟର ସ୍ଥାନରେ ନିର୍ମିତ ଏହି ଜାତୀୟ ସଂଗ୍ରହାଳୟ ପାଇଁ ପ୍ରାୟ ୧୪୧ କୋଟି ଟଙ୍କା ବ୍ୟୟ କରାଯାଇଛି।
ଚଳଚ୍ଚିତ୍ର ସମାଲୋଚକ ତଥା ଚଳଚ୍ଚିତ୍ର ଉପରେ ଅଧ୍ୟୟନରତ ଜିଜ୍ଞାଷୁଙ୍କ ଆବଶ୍ୟକତାକୁ ଏହି ସଂଗ୍ରହାଳୟ ପୂରଣ କରିବ। ଏହା ମଧ୍ୟ ଦର୍ଶକମାନଙ୍କୁ ଦୃଶ୍ୟ, ଗ୍ରାଫିକ୍ସ, ପ୍ରଦର୍ଶନ ଓ ମଲ୍ଟିମିଡିଆ ମାଧ୍ୟମରେ ଭାରତୀୟ ଚଳଚ୍ଚିତ୍ର ବିଷୟରେ ସୂଚନା ପ୍ରଦାନ କରିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଖୁବ୍‍ ଶୀଘ୍ର ଭାରତୀୟ ଫିଲ୍ମ ଉଦ୍ୟୋଗ ପାଇଁ ଏକ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଓ ଏକ ପୋର୍ଟାଲ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମ ସୁଟିଂ ନେଇ ଆବେଦନ ଓ ଅନୁମତି ଏହା ମାଧ୍ୟମରେ ପ୍ରଦାନ କରାଯିବ। ଭାରତକୁ ଏକ ଉନ୍ନତ ସ୍ଥାନରେ ପହଞ୍ଚାଇବାରେ ଭାରତୀୟ ଚଳଚ୍ଚିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ସୂଚନା ଓ ପ୍ରସାରଣ ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗଲ ପ୍ରମୁଖ  ଯୋଗ ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories