www.samajalive.in
Monday, December 15, 2025
26.1 C
Bhubaneswar

ସହିଦନଗର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ଭୁବନେଶ୍ୱର ମଧ୍ୟ ବିଧାୟକ  ଅନନ୍ତ ନାରାୟଣ ଜେନା ଜନପଥ ଠାରୁ ସହିଦନଗର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨.୧୦ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାର ଉନ୍ନତିକରଣ ହେବାକୁ ଯାଉଚି ଯାହା ଦ୍ୱାରା ସବୁ ଶ୍ରେଣୀ ର ଲୋକମାନେ ଉପକୃତ ହୋଇପାରିବେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ ଯନ୍ତ୍ରୀ, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ଡ.ଜଗନ୍ନାଥ ମହାପାତ୍ର ପୂର୍ବତନ ମୁନିସିପାଲିଟି ଅଧକ୍ଷ, ମଦନ ମୋହନ ପଣ୍ଡା, ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଶ୍ରୀମୟ କର, ପୂର୍ବତନ ସମ୍ପାଦକ ଇଣ୍ଡିଆନ ଏକ୍ସପ୍ରେସ, ଆଦିତ୍ୟ ପ୍ରସାଦ ମହାନ୍ତି, ସଭାପତି ସହିଦନଗର ବରିଷ୍ଠ ନାଗରିକ ସମିତି, ଦେବେନ୍ଦ୍ର ବ୍ରହ୍ମା ସାଂକୃତିକ ସମିତି ସାଧାରଣ ସମ୍ପାଦକ, ହରିଶ ପ୍ରସାଦ ରଥ କୋଷାଧକ୍ଷ ସହିଦନଗର ଦୂର୍ଗା ପୂଜା ସମିତି, ରାଜେନ୍ଦ୍ର ଆଚାର୍ଯ୍ୟ ପୂର୍ବତନ ଭୁବନେଶ୍ୱର ମୁନିସିପାଲିଟି ଅଧକ୍ଷ, ପ୍ରତ୍ୟେଶ ସିଂ ରାଜ୍ୟପାଳଙ୍କ ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ, ଉର୍ମିଳା ଦାସ ପୂର୍ବତନ କର୍ପୋରେଟର, ସୁଦର୍ଶନ ସାହୁ, ଦୀପକ ବେହେରା,  ସରୋଜ ପାତ୍ର,  ରାଜକିଶୋର ଦାସ, ଭା୍ନୁପ୍ରିୟା ଦାସ, ମାଧୁରୀ ମା, ଜି ରୁଦ୍ରାୟ, ସ୍ନିଗଧା ମହାନ୍ତି, ପ୍ରତିଭା ପଣ୍ଡା, ପ୍ରଣତି ଦାସ, ପ୍ରିୟବ୍ରତ ରାୟ, ତାରିଣୀ ପ୍ରସାଦ ନନ୍ଦ ପ୍ରମୁଖ ଯୋଗ ଦେଈ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories