ଦୀର୍ଘ ଦିନର ଅସୁସ୍ଥତା ପରେ ସାହାରା ଗ୍ରୁପ୍ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ

ଡେସ୍କ: ସାହାରା ଇଣ୍ଡିଆ ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ହୃଦ୍‌ଘାତ ଯୋଗୁ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

prayash

ସାହାରା ଇଣ୍ଡିଆ ପରିବାର ପକ୍ଷରୁ ଜାରି ବିବୃତ୍ତିରେ ସାହାରା ଇଣ୍ଡିଆ ଅଧ୍ୟକ୍ଷଙ୍କ ଦେହାନ୍ତ ବିଷୟରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସ୍ୱାସ୍ଥ୍ୟରେ ଅବନତି ପରେ ସୁବ୍ରତ ରାୟଙ୍କୁ ଚଳିତ ବର୍ଷ ନଭେମ୍ବର ୧୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା ଏବଂ ସେ ବିଭିନ୍ନ ସ୍ୱାସ୍ଥ୍ୟଗତ ଜଟିଳତା ସହ ସଂଗ୍ରାମ କରୁଥିଲେ।

ଏଥିସହ ସମାଜବାଦୀ ପାର୍ଟି ଏକ୍ସରେ ଏକ ପୋଷ୍ଟରେ ସୁବ୍ରତ ରାୟଙ୍କ ପରଲୋକରେ ସମବେଦନା ଜଣାଇଛି। ଦଳ କହିଛି, “ସାହାରାଶ୍ରୀ ସୁବ୍ରତ ରାୟଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ଆତ୍ମାର ସଦଗତି ହେଉ।

kalyan agarbati

Comments are closed.