ଶାହାଜାହାନଙ୍କ ଦସ୍ତଖତ ସମ୍ବଳିତ ଦସ୍ତାବିଜ ଦିଅ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ତାଜମହଲକୁ ସୁନ୍ନି ୱାକ୍‍ଫ ବୋର୍ଡ ସମ୍ପତ୍ତି ତାଲିକାରେ ସାମିଲ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସପ୍ତଦଶ ଶତାବ୍ଦୀରେ ନିର୍ମିତ ଏହି ସ୍ମାରକୀର ମାଲିକାନା ସ୍ୱତ୍ତ୍ୱକୁ ପ୍ରମାଣିତ କରିବା ପାଇଁ ଶାହାଜାହାନ୍‍ଙ୍କ ଦସ୍ତଖତ ସମ୍ବଳିତ ଦସ୍ତାବିଜ୍‍ ଦାଖଲ କରିବାକୁ ୱାକ୍‍ଫ ବୋର୍ଡକୁ ଗତ ସପ୍ତାହରେ ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଆଜି ୱାକଫ୍‍ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏଭଳି କୌଣସି ଦସ୍ତାବିଜ୍‍ ଦାଖଲ କରିବା ଅସମ୍ଭବ। କିନ୍ତୁ ତାଜମହଲରେ ବିଭିନ୍ନ ରୀତିନୀତି ପାଳନ ପାଇଁ ୱାକଫ୍‍ ବୋର୍ଡକୁ ଅନୁମତି ମିଳିଥିବାରୁ ତାହାକୁ ବୋର୍ଡ ସମ୍ପତ୍ତି ଭାବେ ବିଚାର କରାଯାଇପାରେ। କେବଳ ରକ୍ଷଣାବେକ୍ଷଣ ପାଇଁ ଏଭଳି ଦାବି କରାଯାଉଛି। ଜୁଲାଇ ୨୭ ତାରିଖକୁ ଏହାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ୨୦୦୫ରେ ତାଜମହଲାର ମାଲିକାନାସ୍ୱତ୍ତ୍ୱକୁ ନେଇ ବିବାଦ ଉଠିବା ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ୨୦୧୦ରେ ସୁପ୍ରିମ୍‍କୋର୍ଟର ଦ୍ୱାରସ୍ଥ ହୋଇଥିଲା।

Leave A Reply