ଗୁରୁଡିଝାଟିଆ : ମହିମା ସନ୍ୟାସୀ ସାଧୁ ରାଜେନ୍ଦ୍ର ଦାସ (୬୪)ଙ୍କ ଗୋବରା ସ୍ଥିତ ମହିମା ଆଶ୍ରମ ପରିସରରେ ଦେହାନ୍ତ ହୋଇଛି । ସାଧୁ ଶ୍ରୀ ଦାସ ମହିମା ଧର୍ମ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ନଦୀକୂଳ ଓ ନବେଢା ଅଞ୍ଚଳରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଶ୍ରଦ୍ଧାଳୁଙ୍କ ମହଲରେ ପ୍ରିୟଭାଜନ ହୋଇପାରିଥିଲେ। ଦେହାନ୍ତ ଖବର ପାଇ ସତ୍ୟ ମହିମା ଧର୍ମ ଧାମ ସମାଜର ସଭାପତି ଅବଧୂତ ଶୁକଦେବ ବାବା, ନକୁଳ ବାବା, ଉଦ୍ଧବ ବାବା, ସାଧୁ ସୁନାକର ଦାସ, ଅମର ଦାସ, ଅମୂଲ୍ୟ ଦାସ, ହୃଷିକେଶ ଦାସ, ବୃନ୍ଦାବନ ଦାସ ଙ୍କ ସହିତ ପୂର୍ବତନ ସରପଞ୍ଚ ସର୍ବେଶ୍ୱର ରାଉତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଆଶ୍ରମ ପରିସରରେ ସମାଧି ଦେଇଥିଲେ।
Popular Categories



