www.samajalive.in
Saturday, December 6, 2025
16.1 C
Bhubaneswar

ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟ୍ ବହିଷ୍କୃତ; ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଲେ ୨ ଘନିଷ୍ଠ ସହଯୋଗୀ

ଜୟପୁର: ରାଜସ୍ଥାନ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର। ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ଏହା ସହିତ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦବୀରୁ ମଧ୍ୟ ବିଦା କରାଯାଇଛି। ସଚିନଙ୍କ ୨ ଘନିଷ୍ଠ ସହଯୋଗୀ ମନ୍ତ୍ରୀ ବିଶ୍ଵେନ୍ଦ୍ର ସିଂହ ଏବଂ ରମେଶ ମୀଣାଙ୍କୁ ବି ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ପାଇଲଟ୍‌ଙ୍କ ସ୍ଥାନରେ ଗୋବିନ୍ଦ ସିଂହଙ୍କୁ ନୂଆ ପିସିସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ଗତ ସୋମବାର ପରେ ମଙ୍ଗଳବାର ୨ୟ ଥର ପାଇଁ ଜୟପୁରରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ବୈଠକକୁ ସଚିନ ପାଇଲଟ ଏବଂ ତାଙ୍କ ସହଯୋଗୀ ସଦସ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ କେହି ବୈଠକକୁ ଆସି ନ ଥିଲେ। ମଙ୍ଗଳବାର ବସିଥିବା ବୈଠକରେ ୧୦୨ ବିଧାୟକ ଉପସ୍ଥିତ ଥିଲେ। ବୈଠକରେ ସଦସ୍ୟମାନେ ସଚିନ ପାଇଲଟ ଏବଂ ଅନ୍ୟ ବିଦ୍ରୋହୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପାଇଲଟ୍‌ଙ୍କୁ ମନ୍ତ୍ରିମଣ୍ଡଳ ଏବଂ ଦଳରୁ ବହିଷ୍କାର କରିବାକୁ ସଦସ୍ୟମାନେ ଦାବି କରିଥିଲେ। ସଚିନ ମୁଖ୍ୟମନ୍ତ୍ରୀ ହେବା ଲାଗି ଜିଦରେ ଅଟଳ ରହିଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ରାଜସ୍ଥାନ ସଙ୍କଟ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories