www.samajalive.in
Friday, December 5, 2025
20.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶାଗୁର ବ୍ୟବହାର

ସାଧାରଣତଃ ଆମେ ଜାଣନ୍ତି ଯେ, ଶାଗୁକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଜାଣନ୍ତି ଯେ, ଶାଗୁ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ମୁହଁର ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଦୂର କରି ମୁହଁକୁ ଚିକ୍କଣ କରିବାରେ ଏହା ସାହାଯ୍ୟ କରିଥାଏ। ତେବେ ଚାଲନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶାଗୁର ବ୍ୟବହାର କିପରି କରିବା –

• ଅଳ୍ପ ଶାଗୁକୁ ଗୁଣ୍ଡ କରି ସେଥିରେ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ଏପରି ନିୟମିତ କଲେ ତ୍ୱଚାରେ ଚମକ ଫେରିଥାଏ।
• ଶାଗୁ ଗୁଣ୍ଡରେ କ୍ଷୀର ଓ ହଳଦୀ ମିଶାଇ ଲଗାଇଲେ ମୁହଁରୁ କଳାପଣ ବା କଳାଦାଗ ଦୂର ହୋଇଥାଏ।
• ସେହିପରି ଶାଗୁ ଗୁଣ୍ଡରେ ମହୁ ବା ଲେମ୍ବୁ ମିଶାଇ ଲଗାଇଲେ ମୁହଁରେ ଥିବା ଦାଗ ଦୂର ହୋଇ ମୁହଁ ଉଜ୍ଵଳ ଦେଖାଯାଏ।
• ଶାଗୁ ସହ ଅଲିଭ୍‌ ଅଏଲ୍‌ ମିଶାଇ କେଶରେ ଲଗାନ୍ତୁ। ଏପରି କରିବା ଦ୍ବାରା ସମସ୍ତ ପ୍ରକାର କେଶ ସମସ୍ୟାରୁ ମୁକ୍ତି ମିଳିଥାଏ।
• ସେହିପରି ଶାଗୁ ଗୁଣ୍ଡରେ ହଳଦୀ ଏବଂ ଗୋଲାପ ଜଳ ମିଶାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ସବୁଦିନ ପାଇଁ ଏଥିରୁ ମୁକ୍ତି ମିଳିଥାଏ।
• ଶାଗୁ ଗୁଣ୍ଡରେ କିଛି ଚାଉଳ ଗୁଣ୍ଡ କିମ୍ବା ଅଟା ମିଶାଇ ମୁହଁରେ ଲଗାଇଲେ କୁଞ୍ଚନ ରେଖାରୁ ମଧ୍ୟ ମୁକ୍ତି ମିଳିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories