www.samajalive.in
Monday, December 15, 2025
26.1 C
Bhubaneswar

ହିସାରରୁ ନିର୍ବାଚନ ଲଢ଼ିବେ ଭାରତର ଧନୀ ମହିଳା

ସମାଜ ଡିଜିଟାଲ ଡେସ୍କ: ଭାରତର ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା କୁରୁକ୍ଷେତ୍ର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’। ତେବେ ସାବିତ୍ରୀ ବିଜେପିରୁ ନିର୍ବାଚନ ଲଢ଼ିବେ ନାହିଁ। ସେ ସ୍ଵାଧୀନ ଭାବେ କିମ୍ବା ଅନ୍ୟ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

୩୯.୫ ଶହ କୋଟି ଡଲାର ସମ୍ପତ୍ତିର ମାଲିକ ସାବିତ୍ରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଆସିଛନ୍ତି। ଗତ ବୁଧବାର ବିଜେପି ପକ୍ଷରୁ ୬୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସାବିତ୍ରୀ ନିରାଶ ହୋଇଯାଇଥିଲେ। ସେ ବିଜେପିରୁ ଟିକେଟ ପାଇବା ନେଇ ଆଶା ରଖିଥିଲେ। କିନ୍ତୁ ଟିକେଟ ମିଳି ନ ଥିଲା। ତେଣୁ ସେ ନିର୍ବାଚନ ଲଢ଼ିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ବିଜେପି ହିସାରରୁ ଡା. କମଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛନ୍ତି।

- Advertisement -

ସାବିତ୍ରୀ କହିଛନ୍ତି, ହିସାର ହେଉଛି ତାଙ୍କ ପରିବାର ଏବଂ ତାଙ୍କ ପରିବାର ତାଙ୍କୁ ନିର୍ବାଚନ ଲଢ଼ିବାକୁ କହୁଛି। ତେଣୁ ସେ ତାଙ୍କ ପରିବାର କଥା ଶୁଣିବେ ବୋଲି କହିଛନ୍ତି। କଂଗ୍ରେସରୁ ଟିକେଟ ମିଳିଲେ ଲଢ଼ିବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସାବିତ୍ରୀ କହିଥିଲେ ଏହା ତାଙ୍କ ସମର୍ଥକମାନେ ନିଷ୍ପତ୍ତି ନେବେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories