କୋରିଆ ଉପଦ୍ୱୀପକୁ ସମ୍ପୂର୍ଣ୍ଣ ପରମାଣୁମୁକ୍ତ କରିବା ପାଇଁ ବୈଠକ

0
 ଆମେରିକା,ଦକ୍ଷିଣ କୋରିଆ ଏବଂ ଜାପାନ ଜାତୀୟ ନିରାପତ୍ତା ପରିଷଦ ଉପଦେଷ୍ଟାଙ୍କ ବୈଠକ
prayash

ସିଓଲ : କୋରିଆ ଉପଦ୍ୱୀପକୁ ସମ୍ପୂର୍ଣ୍ଣ ପରମାଣୁମୁକ୍ତ କରିବା ପାଇଁ ଆମେରିକା,ଦକ୍ଷିଣ କୋରିଆ ଏବଂ ଜାପାନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସାନ୍‍ଫ୍ରାନ୍‍ସିସ୍‍କୋରେ ଆମେରିକା, ଦକ୍ଷିଣ କୋରିଆ ଓ ଜାପାନର ଜାତୀୟ ନିରାପତ୍ତା ପରିଷଦ ଉପଦେଷ୍ଟାମାନେ ଏକ ବୈଠକରେ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । କୋରିଆ ଉପଦ୍ୱୀପକୁ ସମ୍ପୂର୍ଣ୍ଣ ପରମାଣୁମୁକ୍ତ କରାଯାଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ । ଦକ୍ଷିଣ କୋରିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ ଏ ନେଇ ସୂଚନା କୁହାଯାଇଛି । ଅମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଏଚ୍‍.ଆର୍‍ ମ୍ୟାକ୍‍ମାଷ୍ଟର୍‍, ଦକ୍ଷିଣ କୋରିଆ ଓ ଜାପାନ ପ୍ରତିପକ୍ଷଙ୍କୁ ଭେଟି ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଏହି ବୈଠକରେ ଆଗାମୀ ଦକ୍ଷିଣ ଓ ଉତ୍ତର କୋରିଆ ଏବଂ ଆମେରିକା ଓ ଉତ୍ତର କୋରିଆ  ଶିଖର ସମ୍ମିଳନୀ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ତ୍ରିପକ୍ଷୀୟ ସହଯୋଗ ବଳବତ୍ତର ରଖିବା ସହିତ ପୂର୍ବ ତ୍ରୁଟିକୁ ନ ଦୋହରାଇବା ନେଇ ତିନି ଦେଶର ଅଧିକାରୀମାନେ ଆଲୋଚନା କରିଥିଲେ । ଆସନ୍ତା ମାସରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ସମ୍ମିଳନୀରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେ-ଇନ୍‍ଙ୍କ ସହିତ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜଙ୍ଗ୍‍ ଉନ୍‍ ଆଲୋଚନା କରିବା ନେଇ ରାଜି ହୋଇଥିବା ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ମେ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ଙ୍କ ସହିତ ଆଲୋଚନାପାଇଁ ମଧ୍ୟ ଶ୍ରୀ କିମ୍‍ ରାଜି ହୋଇଛନ୍ତି ।

Leave A Reply