www.samajalive.in
Sunday, December 14, 2025
26.1 C
Bhubaneswar

ରସଗୋଲା ବିବାଦ : ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର  : ରସଗୋଲାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗକୁ ଜିଆଇ (ଭୌଗୋଳିକ ମାନ୍ୟତା) କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ପ୍ରାୟ ୪ମାସ ତଳେ ‘ବାଂଲାର ରସଗୋଲା’ ଜିଆଇ ମାନ୍ୟତା ପାଇଥିଲା । ତେବେ ଏ ନେଇ ଅଭିଯୋଗ ହେବା ପରେ କାହିଁକି ଏହି ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରି ନିଆ ନ ଯିବ ସେ ସମ୍ପର୍କରେ ଦୁଇମାସ ମଧ୍ୟରେ ନିଜ ପକ୍ଷ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି ।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ସରକାର ଚେନ୍ନାଇସ୍ଥିତ ଇଣ୍ଡିଆନ ପ୍ୟାଟେଣ୍ଟ କାର୍ଯ୍ୟାଳୟରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରି ‘ବାଂଲାର ରସଗୋଲା’ ନାମରେ ଜିଆଇ ମାନ୍ୟତା ହାସଲ କରିଥିବା ନେଇ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଅଭିଯୋଗ କରିଥିଲେ। ଏ ନେଇ ସେ ଇଣ୍ଟେଲେକଚ୍ୟୁଆଲ ପ୍ରପର୍ଟି କାର୍ଯ୍ୟାଳୟରେଅଭିଯୋଗ ପତ୍ର ଦାଖଲ କରିଥିଲେ। ଶ୍ରୀ ସାହୁ ଅଭିଯୋଗରେ ଦର୍ଶାଇଥିଲେ ଯେ ଭୌଗୋଳିକ ମାନ୍ୟତା ପାଇଁ କୌଣସି ମିଷ୍ଟାନ୍ନ ପ୍ରତିଷ୍ଠାନ ଆବେଦନ କରି ନ ଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ ବିଭାଗ କର୍ପୋରେସନ ଆବେଦନ କରିଥିଲା। ଏପରିକି ପଡୋଶୀ ରାଜ୍ୟ ଓଡିଶାକୁ ପକ୍ଷ ରଖିବାକୁ ସୁଯୋଗ ମଧ୍ୟ ଦିଆଯାଇ ନ ଥିଲା। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନୈବେଦ୍ୟ ଭାବେ ପ୍ରାୟ ୮୦୦ ବର୍ଷ ତଳୁ ରସଗୋଲା ଭୋଗ ହୋଇଆସୁଛି। ଏ ସମ୍ପର୍କରେ ବଳରାମ ଦାସ ରଚିତ ‘ଦାଣ୍ଡି ରାମାୟଣ’ରେ ମଧ୍ୟ ବର୍ଣ୍ଣନା ହୋଇଛି। ଇତିମଧ୍ୟରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି। ମାତ୍ର ୧୫୦ ବର୍ଷ ତଳେ ଓଡିଆ କାରିଗରଙ୍କଠାରୁ ପଶ୍ଚିମବଙ୍ଗ କାରିଗରମାନେ ରସଗୋଲା ପ୍ରସ୍ତୁତି ଶିଖି ଏହାକୁ ନିଜର ବୋଲି ଦାବି କରିବା ପରଠାରୁ ଏହି ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ସରକାର ଚଞ୍ଚକତା ଓ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇ ଭୌଗୋଳିକ ମାନ୍ୟତା ହାସଲ କରିଥିବାରୁ ଏ ନେଇ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡିଆ ପର୍ବ’ ପକ୍ଷରୁ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories