www.samajalive.in
Sunday, December 14, 2025
23.1 C
Bhubaneswar

ଜାତୀୟ ସଂଗୀତରେ ସଂଶୋଧନ ପାଇଁ ସଂସଦରେ ପ୍ରସ୍ତାବ

ନୂଆଦିଲ୍ଲୀ : ଜାତୀୟ ସଂଗୀତରେ ସଂଶୋଧନ କରିବା ପାଇଁ ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି। କଂଗ୍ରେସର ରାଜ୍ୟସଭା ସଦସ୍ୟ ରିପୁନ ବୋରା ଗୃହରେ ଏହି ପ୍ରସ୍ତାବ ଆଗତ କରିଛନ୍ତି। ଆଗତ ବେସରକାରୀ ପ୍ରସ୍ତାବ ଅନୁଯାୟୀ ଜାତୀୟ ସଂଗୀତରେ ଥିବା ଶବ୍ଦ ‘ସିନ୍ଧ’କୁ ପରିବର୍ତ୍ତନ କରାଯାଇ ତା’ ସ୍ଥାନରେ ‘ଉତ୍ତର-ପୂର୍ବାଞ୍ଚଳ’ ଶବ୍ଦକୁ ସାମିଲ କରାଯାଉ। କଂଗ୍ରେସ ସାଂସଦ ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ଏହା ଜାତୀୟ ସଙ୍ଗୀତରେ ସ୍ଥାନ ନ ପାଇବା ଦୁର୍ଭାଗ୍ୟର ବିଷୟ। ଅନ୍ୟପଟେ ଜାତୀୟ ସଙ୍ଗୀତରେ ସ୍ଥାନୀତ ଥିବା ଶବ୍ଦ ‘ସିନ୍ଧ’ ଏବେ ଆଉ ଭାରତର ଅଂଶ ହୋଇ ନାହିଁ। ଏହା ଏବେ ପାକିସ୍ତାନର ଅଂଶବିଶେଷ। ଏହା ପୂର୍ବରୁ ୨୦୧୬ରେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଜାତୀୟ ସଙ୍ଗୀତରୁ ‘ସିନ୍ଧ’ ଶବ୍ଦ ହଟାଇ ଦେବାକୁ ଦାବି କରିଥିଲେ। କାରଣ ସିନ୍ଧ ନାମରେ କୌଣସି ରାଜ୍ୟ ବା ଅଞ୍ଚଳ ଭାରତରେ ଏବେ ନାହିଁ। ସଂସଦ ଜାତୀୟ ସଙ୍ଗୀତକୁ ଅନୁମୋଦନ କରିଛି ଓ ସଂସଦ ଚାହିଁଲେ ଏଥିରେ ପରିବର୍ତ୍ତନ କରିପାରିବ। ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ର ନାଥ ଠାକୁର ଜାତୀୟ ସଙ୍ଗୀତ ଜନ ଗଣ ମନକୁ ଲେଖିଥିଲେ। ୧୯୫୦ରେ ସମ୍ବିଧାନ ସଭା ଏହାକୁ ଅନୁମୋଦନ କରିଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories