www.samajalive.in
Sunday, December 14, 2025
14.1 C
Bhubaneswar

୩୨୫ ଜଣିଆ ଦଳକୁ ସ୍ୱୀକୃତି ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଏପ୍ରିଲ୍‍ ୪ରୁ ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‍ଡ କୋଷ୍ଟରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ୩୨୫ ଜଣିଆ ଭାରତୀୟ ଦଳକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ୱୀକୃତି ପ୍ରଦାନ କରିଛି। ଦଳରେ ୨୨୧ ଜଣ ଆଥଲେଟ୍‍, ୫୮ ଜଣ ପ୍ରଶିକ୍ଷକ, ୧୭ ଜଣ ଡାକ୍ତର, ୭ଜଣ ମ୍ୟାନେଜର ଓ ୨୨ ଜଣ ଅନ୍ୟ ଅଧିକାରୀଙ୍କୁ ସ୍ଥାନ ମିଳିଛି।
ଆଥଲେଟିକ୍‍ସରେ ୩୧ ଓ ବନ୍ଧୁକଚାଳନାରେ ୨୭ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଭାରୋତ୍ତୋଳନାରେ ୧୬ ଓ କୁସ୍ତିରେ ୧୨ଜଣ ପ୍ରତିଯୋଗୀ ଦଳରେ ଅଛନ୍ତି। ସେହିପରି ବ୍ୟାଡମିଣ୍ଟନ୍‍ରେ ୧୦ଜଣ ଖେଳାଳି ଗୋଲ୍‍ଡକୋଷ୍ଟ ଯିବେ। ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ (ଆଇଓଏ), ସାଇ, ନାଡା ଓ ଜାତୀୟ କ୍ରୀଡ଼ା ସଂଘ ଖେଳାଳିଙ୍କ ଡୋପ୍‍ ଟେଷ୍ଟ କରିପାରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ସୂଚନାଥାଉକି ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଅଧିକ ସଂଖ୍ୟକ ଅଧିକାରୀଙ୍କୁ ପଠାଯିବାକୁ ନେଇ ଆଇଓଏ ଓ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ରୀଡ଼ା ମନ୍ତ୍ରଣାଳୟର କେତେକ ଅଧିକାରୀ ଅଯଥାରେ ବିବାଦ ସୃଷ୍ଟି କରୁଥିବା ଆଇଓଏ ସଭାପତି ନରିନ୍ଦର ବାତ୍ରା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ନିୟମାନୁଯାୟୀ ଆବଶ୍ୟକ ଅଧିକାରୀଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଗୋଲକୋଷ୍ଟ ପଠାଯିବାକୁ ପ୍ରତିଶ୍ରୁତି ଦେବା ପରେ ବିବାଦର ଅନ୍ତ ଘଟିଥିଲା।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories