www.samajalive.in
Sunday, December 14, 2025
23.1 C
Bhubaneswar

ଦଳ ହୁଇପ୍‌ ଉଲ୍ଲଘଂନ କଲେ ରଦ୍ଦ ହେବ ସଭ୍ୟପଦ

ଓଡ଼ିଶା ପୌର ବିଧି (ସଂଶୋଧନ) ବିଧେୟକ-୨୦୧୮ ପାରିତ

ଭୁବନେଶ୍ୱର : ଜଣେ କାଉନସିଲର ବା କର୍ପୋରେଟର ଯେଉଁ ରାଜନୈତିକ ଦଳର ହୋଇଥିବେ ସେମାନେ ସେହି ଦଳର ହୁଇପ୍‌କୁ ଅବମାନନନା କଲେ ଅଯୋଗ୍ୟ ଘୋଷିତ ହେବେ। ସେମାନେ ଯେଉଁ ଦଳର ଚିହ୍ନରେ ନିର୍ବାଚିତ ହୋଇଥିବେ ସେହି ଦଳ ହୁଇପ ଉଲ୍ଲଘଂନ କଲେ ସଭ୍ୟ ପଦ ରଦ୍ଦ ହେବ। ବିଶେଷ କରି ଅନାସ୍ଥା ଭୋଟ ବେଳେ ଘୋଡା ବେପାର ରୋକାଯାଇପାରିବ। ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ। ଭୋଟ ଦେବା ବେଳେ ସଂପୃକ୍ତ କାଉନସିଲର ବା କର୍ପୋରେଟର ତାଙ୍କ ଭୋଟଟିକୁ ଦଳର ଏଜେଣ୍ଟଙ୍କୁ ଦେଖାଇ ବାକ୍ସରେ ପକାଇବେ। ଏହି ବ୍ୟବସ୍ଥା ଦ୍ୱାରା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି ହେବ ବୋଲି ଓଡ଼ିଶା ପୌର ବିଧି(ସଂଶୋଧନ) ବିଧେୟକ-୨୦୧୮ ଉପରେ ଆଲୋଚନା ବେଳେ ଶାସକ ଦଳର ବିଧାୟକମାନେ କହିଛନ୍ତି। ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ପ୍ରକାଶ କରିଛନ୍ତି। ସୋମବାର ଏହି ବିଧେୟକ ବିଧାନସଭାରେ ପାରିତ ହୋଇଛି। ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତିରେ ବିଧେୟକ ଉପରେ ଆଲୋଚନା କରାଯାଇ ଏହା ପାରିତ ହୋଇଥିଲା।
ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧେୟକଟିରେ ସଂଶୋଧନ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ଜଣେ ନିର୍ବାଚିତ ପ୍ରତିନିଧି ଯେଉଁ ଦଳର ଚିହ୍ନରେ ନିର୍ବାଚିତ ହୋଇଥିବେ ସେ ସେହି ଦଳର ବିଚାରଧାରା, ଆଦର୍ଶ ଓ ନିର୍ଦେଶକୁ ପାଳନ କରୁଛନ୍ତି ନା ନାହିଁ ତାହା ସଂପୃକ୍ତ ରାଜନୈତିକ ଦଳ ଜାଣିବା ଆବଶ୍ୟକ। ସେଥିପାଇଁ ଭୋଟ କାଗଜ ବାକ୍ସରେ ପକାଇବା ପୂର୍ବରୁ ସେ କାହାକୁ ଭୋଟ ଦେଉଛନ୍ତି ତାହା ଦଳ ପ୍ରତିନିଧିଙ୍କ ଦ୍ୱାରା ଯାଞ୍ଚ କରାଯିବ। ଏହାଦ୍ୱାରା ରାଜନୈତିକ ଦଳର ନିର୍ଦେଶ ଉଲ୍ଲଘଂନ ବିଷୟ ଜାଣିହେବ। ଦଳବଦଳ ହେତୁ ଅଯୋଗ୍ୟତା ନିମନ୍ତେ ଅଭିଯୋଗର ଫଇସଲା କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଏହି ପ୍ରମାଣ ସାହାଯ୍ୟ କରିବ। ଏଥିପାଇଁ ଓଡ଼ିଶା ପୌର ଅଧିନିୟମ ୧୯୫୦ ଏବଂ ଓଡ଼ିଶା ପୌର ନିଗମ ଅଧିନିୟମ ୨୦୦୩ର କେତେକ ଧାରାରେ ସଂଶୋଧନ ଅଣାଯାଇଛି। ପୌର ପାଳିକା, ଅଧିସୂଚିତ କ୍ଷେତ୍ର ପରିଷଦର ଅଧ୍ୟକ୍ଷ ବା ଉପାଧ୍ୟକ୍ଷ ଏବଂ ପୌର ନିଗମର ମେୟର ବା ଉପ ମେୟରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ହେଉଥିବା ଭୋଟ ସମୟରେ ରାଜନୈତିକ ଦଳର ପ୍ରାର୍ଥୀ ଭାବେ ନିର୍ବାଚିତ କାଉନସିଲର ବା କର୍ପୋରେଟର କାହାକୁ ଭୋଟ ଦେଉଛନ୍ତି ତାହା ସଂପୃକ୍ତ ଦଳ ଜାଣିପାରିବ।
ଆଲୋଚନାରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ମହେଶ ସାହୁ, ଜୀବନ ପ୍ରଦୀପ ଦାସ, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରିୟଦର୍ଶୀ ମିଶ୍ର ଓ ସଞ୍ଜୀବ ସାହୁ ପ୍ରମୁଖ ଭାଗ ନେଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories