www.samajalive.in
Saturday, December 6, 2025
16.1 C
Bhubaneswar

ଜାଣିଛନ୍ତି କି ? କେଉଁଠି ଅଛି ୧୦୫ କୋଠରୀ ବିଶିଷ୍ଟ ଏହି ‘ଅଭିଶପ୍ତ ହୋଟେଲ’

ପୋଙ୍ଗୟାଙ୍ଗ : ଉତ୍ତର କୋରିଆ ସବୁବେଳେ ନିଜର ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଥାଏ। କେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ ତ, କେତେକେଳେ ଅଜବ ନିୟମ ପାଇଁ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ। ସେହିଭଳି ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ପାଇଁ ଉତ୍ତର କୋରିଆ ସମସ୍ତଙ୍କୁ ଚକିତ କରିଥାଏ। ସେମିତି ଏକ ଅଜବ ହୋଟେଲକୁ ନେଇ ମଧ୍ୟ ଉତ୍ତର କୋରିଆ ଚର୍ଚ୍ଚାର ବିଷୟ ପାଲଟିଛି।
ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗରେ ପିରାମିଡ ଆକାରର ଏକ ବହହୁତଳ ବିଶିଷ୍ଟ ବିଲ୍ଡିଂ ରହିଛି, ଯାହା ପ୍ରକୃତରେ ହେଉଛି ଏକ ବିଶାଳ ହୋଟେଲ। ଯାହାର ନାମ ହେଉଛି ରୟୁଗୟୋଙ୍ଗ, ଏହା ମଧ୍ୟ ୟୁ-କ୍ୟୁଙ୍ଗ ନାମରେ ବେଶ ପରିଚିତ।

Image Source : Social media

୩୩୦ ମିଟର ଉଚ୍ଚ ଏହି ହୋଟେଲରେ ୧୦୫ଟି କୋଠରୀ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଜଣେ ହେଲେ ବ୍ୟକ୍ତି ଏହି ହୋଟେଲରେ ରହି ନାହାନ୍ତି। ବାହାରକୁ ବେଶ ସୁନ୍ଦର ଦିଶୁଥିବା ଏବଂ ଶାନ୍ତ ସ୍ନିଗ୍ଧ ତଥା ନିରୋଳା ସ୍ଥାନରେ ଅବସ୍ଥିତ ଏହି ହୋଟେଲକୁ ଏକ ‘ଅଭିଶପ୍ତ ହୋଟେଲ’ କୁହାଯାଉଛି। ଏହା ମଧ୍ୟ ‘୧୦୫ ବଲ୍ଡିିଂ’ ବୋଲି ପରିଚିତ। କିଛି ବର୍ଷ ପୂର୍ବେ ଆମେରିକୀୟ ପତ୍ରିକା ‘ଇସ୍କାୱାୟର’ ଏହି ହୋଟେଲକୁ ମାନବ ଇତିହାସର ସବୁଠାରୁ ଖରାପ କୋଠା ବା ବଲ୍ଡିିଂ ଆଖ୍ୟ ଦେଇଥିଲା।

- Advertisement -
Image Source : Social media

ଏହି ହୋଟେଲ ନିର୍ମାଣରେ ବହୁତ ଅର୍ଥ ଖର୍ଚ୍ଚ ହୋଇଛି। ଜାପାନୀ ମିଡିଆ ଅନୁସାରେ, ଉତ୍ତର କୋରିଆ ଏହାର ନିର୍ମାଣ ପାଇଁ ମୋଟ ୭୫୦ ମିଲିୟନ ଡଲାର ଅର୍ଥାତ ୭୫୦୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏହା ଥିଲା ଉତ୍ତର କୋରିଆର ଜିଡିପିର ୨ ପ୍ରତିଶତ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ହୋଟେଲର ଶୁଭାରମ୍ଭ ହୋଇପାରି ନାହିଁ।
ଯଦିଓ ଏହି ହୋଟେଲକୁ ବିଶ୍ୱର ସବୁଠାରୁ ଉଚ୍ଚ ହେଟେଲ ଭାବେ ନିର୍ମାଣ କରାଯାଇଥିଲା, ତେବେ ବର୍ତ୍ତମାନ ଏହାର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ଏହାକୁ ବିଶ୍ୱର ସବୁଠାରୁ ଉଚ୍ଚ ନିଛାଟିଆ ବା ନିରୋଳା ହୋଟେଲ ବୋଲି ମଧ୍ୟ କୁହାଯାଉଛି। ଏଥିପାଇଁ ମଧ୍ୟ ଏହି ହୋଟେଲ ଗିନିଜ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ତେବେ କୁହାଯାଉଛି ଯଦି ଏହି ହୋଟେଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯାଇଥାଆନ୍ତା ଏହା ବିଶ୍ୱର ସପ୍ତମ ଉଚ୍ଚ ଭବନ ଏବଂ ସବୁଠାରୁ ଉଚ୍ଚ ହୋଟେଲର ପରିଚୟ ପାଇଥାନ୍ତା।

Image Source : Social media

୧୯୮୭ରୁ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ବିବିସି ଅନୁସାରେ, ଆଶା କରାଯାଉଥିଲା କି ଏହି ହୋଟେଲ ୨ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ। କିନ୍ତୁ ତାହା ହୋଇପାରିଲା ନାହିଁ। କେବେ ନିର୍ମାଣ ଶୈଳୀ ତ କେବେ ନିର୍ମାଣ ସାମଗ୍ରୀ ଜନିତ ସମସ୍ୟାକୁ ନେଇ ୧୯୯୨ରେ ଏହାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ପଡିଲା। କାରଣ ସେତେବେଳେ ଉତ୍ତର କୋରିଆ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିଲା।
କିନ୍ତୁ ୨୦୦୮ରେ ପୁଣି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଏହାକୁ ଏକ ବିଶାଳକାୟ ହୋଟେଲରେ ପରିଣତ କରିବା ପାଇଁ ୧୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଗଲା। ପରେ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରାଗଲା। କାଚ ପ୍ୟାନେଲ ଲଗାଯିବା ସହ ଅନ୍ୟାନ୍ୟ ଛୋଟମୋଟ କାର୍ଯ୍ୟ ମଧ୍ୟ କରାଗଲା।
ମିଡିଆ ରିପୋର୍ଟ ଅନୁସାରେ ଉତ୍ତର କୋରିଆ ପ୍ରଶାସନ ପରେ ଘୋଷଣା କରିଥିଲେ ଯେ, ୨୦୧୨ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ହେଟେଲର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ।

Image Source : Social media

କେବେ ଏହି ‘ଅଭିଶପ୍ତ ହୋଟେଲ’ର ଭାଗ୍ୟ ଉଦୟ ହେଉଛି ତାହାକୁ ସମସ୍ତେ ପ୍ରତୀକ୍ଷା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories