www.samajalive.in
Saturday, December 6, 2025
17.1 C
Bhubaneswar

ରୁଷ୍‌ର ଚନ୍ଦ୍ର ଅଭିଯାନ ବିଫଳ; କ୍ରାସ୍‌ ହେଲା ‘ଲୁନା-୨୫’

ମସ୍କୋ: ରୁଷ୍‌ର ଚନ୍ଦ୍ର ଅଭିଯାନ ବିଫଳ ହୋଇଛି। ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ କ୍ରାସ୍‌ ହୋଇଛି ରୁଷ୍‌ର ମହାକାଶ ଯାନ ‘ଲୁନା-୨୫’। ରୁଷର ମହାକାଶ ସଂସ୍ଥା ରୋସ୍‌କସ୍‌ମସ୍ ଏନେଇ ସୂଚନା ପ୍ରଦାନ କରିଛି। ରୋସ୍‌କସ୍‌ମସ୍ କହିଛି ଯେ, ଶନିବାର ସନ୍ଧ୍ୟା ୫ଟା ୨୭ ମିନିଟରେ ‘ଲୁନା-୨୫’ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଶନିବାର ଏଥିରେ ପ୍ରି-ଲ୍ୟାଣ୍ଡିଂ ଅରବିଟ୍ ପରିବର୍ତ୍ତନ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଶେଷ ସମୟ ପର୍ଯ୍ୟନ୍ତ ଏହି ତ୍ରୁଟିକୁ ସଜଡ଼ା ଯାଇପାରିନଥିଲା। ଫଳରେ ଅଭିଯାନ ବିଫଳ ହୋଇଛି।

‘ଲୁନା-୨୫’ ମହାକାଶ ଯାନକୁ ୧୧ ଅଗଷ୍ଟରେ ସୋୟୁଜ ୨.୧ ବି ରକେଟ ଜରିଆରେ ରୁଷ୍‌ର ବୋସ୍ତୋନି କସ୍ମୋଡ୍ରୋମରୁ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଏହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା। ଦୀର୍ଘ ୪୭ ବର୍ଷ ପରେ ରୁଷ୍‌ ପୁଣିଥରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ଏହା ପୂର୍ବରୁ ରୁଷ୍ ୧୯୭୬ରେ ‘ଲୁନା-୨୪’ ଚନ୍ଦ୍ରକୁ ପଠାଇଥିଲା। ଏହା ରୁଷ୍‌ର ପ୍ରଥମ ମିଶନ୍, ଯେଉଁଥିରେ ଏହା ଦକ୍ଷିଣ ମେରୁରେ ଅବତରଣ କରିଥା’ନ୍ତା।

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories