www.samajalive.in
Friday, December 12, 2025
15.1 C
Bhubaneswar

ରୁଷ ଓ ୟୁକ୍ରେନ୍‍ ମଧ୍ୟରେ ହେବ ଆଲୋଚନା, ବାହାରିବ ସମାଧାନର ବାଟ !

କିଭ୍‍: ପଞ୍ଚମ ଦିନରେ ପହଞ୍ଚିଛି ରୁଷ ଓ ୟୁକ୍ରେନ୍‍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ । ଏହି ଯୁଦ୍ଧରେ ଅନେକ ସୈନିକଙ୍କ ମୃତ୍ୟୁ ହେଲାଣି । ଏହାରି ଭିତରେ ଯୁଦ୍ଧକୁ ନେଇ କିଛି ବଡ଼ ଖବର ଆସିଛି । କୁହାଯାଉଛି ଆଗାମୀ ୨୪ଘଣ୍ଟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁଦ୍ଧକୁ ନେଇ ତାଙ୍କ ଆଣବିକ ସେନାକୁ ଏକ ବାର୍ତ୍ତା ଦେଇଛନ୍ତି। ଉଭୟ ଦେଶ ୟୁକ୍ରେନ ଓ ରୁଷ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି । ଚେର୍ନୋବିଲରେ ଆଲୋଚନା କରିବାକୁ ଦୁଇ ଦେଶ ରାଜି ହୋଇଥିବା ଜଣାପଡ଼ିଛି ।
ରୁଷ ସହିତ ଆଲୋଚନା କରିବାକୁ ରାଜି ହୋଇଛି ୟୁକ୍ରେନ୍‍ । ଏହି ଆଲୋଚନା ବେଲାରୁଷ ସୀମା ନିକଟରେ ହୋଇପାରେ । ଏହାପୂର୍ବରୁ ପୁଟିନ ମଧ୍ୟ ଆଣବିକ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇ ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶକୁ ଧମକ ଦେଇଥିଲେ । ପରେ ରୁଷର ରାଷ୍ଟ୍ରପତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନା ମୁଖ୍ୟଙ୍କୁ ଆଣବିକ ଶକ୍ତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୁଷ ସେନା ବର୍ତ୍ତମାନ ୟୁକ୍ରେନର ପ୍ରାୟ ୫୦ ପ୍ରତିଶତ ପ୍ରବେଶ କରିଛି । ୟୁକ୍ରେନ୍‍ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଛି । ପ୍ରବଳ ବୋମା ବିସ୍ଫୋରଣ ମଧ୍ୟରେ ୟୁକ୍ରେନ ପ୍ରତିବାଦ ଜାରି ରଖିଛି ।

ପୁଟିନ ଆଣବିକ ପ୍ରସ୍ତୁତି ଘୋଷଣା କରିବା ପରେ ରୁଷ ସହ ଆଲୋଚନା କରିବାକୁ ରାଜି ହୋଇଛି ୟୁକ୍ରେନ୍‍ । ୟୁକ୍ରେନ୍‍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଏହି ଆଲୋଚନାରେ କଣ ହେଉଛି ଜଣାପଡ଼ିବ । ପୂର୍ବରୁ, ବେଲାରୁଷରେ ଆଲୋଚନା ନେଇ ପ୍ରସ୍ତାବ ରହିଥିଲା । ହେଲେ କଥାବାର୍ତ୍ତା ପାଇଁ ରୁଷର ପ୍ରସ୍ତାବକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖାନ କରିଥିଲା ୟୁକ୍ରେନ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories