www.samajalive.in
Monday, December 8, 2025
24.1 C
Bhubaneswar

ଖୁବ୍ ଶୀଘ୍ର ଆସିବ ଦ୍ଵିତୀୟ କରୋନା ଟୀକା, ଘୋଷଣା କଲେ ରୁଷ ରାଷ୍ଟ୍ରପତି ପୁତିନ

ରୁଷ କରୋନା ମହାମାରୀ ପ୍ରତିହତ କରିବା ପାଇଁ ପ୍ରଥମ ଟୀକାର ବ୍ୟବହାର କରୁଥିବା ବେଳେ ଖୁବ ଶୀଘ୍ର ଦ୍ୱିତୀୟ ଟିକା ପଞ୍ଜିକରଣ କରିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସୂଚନା ଦେଇଛନ୍ତି। ସ୍ପୁଟନିକ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ପୁତିନ ସେଠାକାର ସାଂସଦମାନଙ୍କ ସହିତ କଥାବାର୍ତ୍ତା ବେଳେ ଘୋଷଣା କରିଛନ୍ତି ଯେ କରୋନା ଭାଇରସ୍ ବିରୋଧରେ ଦ୍ୱିତୀୟ ଟୀକା ଖୁବ୍ ଶୀଘ୍ର ପଂଜିକୃତ ହେବ।

ସେଠାକାର ଜାତୀୟ ଉପଭୋକ୍ତା ସ୍ୱାସ୍ଥ୍ୟ ନୀରିକ୍ଷଣକାରୀ କହିଛନ୍ତି ଯେ ଭେକ୍ଟର ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ବିକଶିତ ଏବଂ ‘ଏପିଭାକରୋନା’ ନାମକ ଅନ୍ୟ ଏକ ଟିକା ଅକ୍ଟୋବର ୧୫ ସୁଦ୍ଧା ପଞ୍ଜୀକୃତ ହେବ। ଏହା କରୋନା ସଂକ୍ରମଣ ରୋକିବା ଦିଗରେ ଅଧିକ ଫଳପ୍ରଦ ହେବ ବୋଲି କୁହାଯାଇଛି।

- Advertisement -

ଏହା ଘୋଷଣା କରି ପୁତିନ କହିଛନ୍ତି, ମହାମାରୀ ସମୟରେ ଆମେ ସମସ୍ତେ ମାନବ ଜୀବନର ମୂଲ୍ୟ, ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ବୀରତ୍ୱର ପ୍ରୟାସର ମୂଲ୍ୟ ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦକ୍ଷତା ସମାଜ ତଥା ଦେଶ ପାଇଁ ଯେଉଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛୁ, ତାହା ଆମେ ଅନୁଭବ କରିଛୁ। ସେ କହିଛନ୍ତି ଯେ କରୋନା ଭାଇରସ୍ ସଂକ୍ରମଣ ଏବଂ ଥଣ୍ଡା ସମ୍ବନ୍ଧୀୟ ରୋଗ ପାଇଁ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ପ୍ରସ୍ତୁତ ଅଛି। ଗତ ଅଗଷ୍ଟରେ ରୁଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନା ଟିକା ପଞ୍ଜିକରଣ କରିଥିଲା।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସର୍ବଶେଷ ଅଧୟନ ଅନୁଯାୟୀ, କରୋନା ସଂକ୍ରମଣ ମାମଲାରେ ରୁଷ ଆମେରିକା, ଭାରତ ଏବଂ ବ୍ରାଜିଲ ପରେ ୧,୧୧୭,୪୮୭ ସଂକ୍ରମଣ ସହ ଚତୁର୍ଥ ସ୍ଥାନରେ ରହିଛି ଓ ସେଠାରେ ୧୯,୭୨୦ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories