www.samajalive.in
Saturday, December 6, 2025
15.1 C
Bhubaneswar

ଭାରତକୁ ଆଗାମୀ ଦୁଇ ଦିନ ମଧ୍ୟରେ ୧୫୦,୦୦୦ ଡୋଜ୍ ସ୍ପୁଟନିକ୍-ଭି ଟିକା ପଠାଇବ ରୁଷ୍

ନୂଆଦିଲ୍ଲୀ: ଏକ ବିଶ୍ୱସ୍ତ ସହଯୋଗୀ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ରୁଷ୍ ଆଗାମୀ ଦୁଇ ଦିନ ମଧ୍ୟରେ ଭାରତକୁ ଆହୁରି ୧୫୦,୦୦୦ ଡୋଜ୍ ସ୍ପୁଟନିକ୍-ଭି ଟିକା ପଠାଇବ। ଏହା ବ୍ୟତୀତ ମେ ମାସ ଶେଷ ସୁଦ୍ଧା ହାଇଦ୍ରାବାଦରେ ଥିବା ଅଂଶୀଦାର ‘ଡକ୍ଟର୍ ରେଡିସ୍ ଲାବ୍ରୋଟୋରି’କୁ ରୁଷ୍ ଆହୁରି ୩ ନିୟୁତ ସ୍ପୁଟନିକ୍-ଭି ଟିକା ପଠାଇବ ବୋଲି ଜଣାପଡ଼ିଛି।

ଆସନ୍ତା ମାସ ବେଳକୁ ଏହି କୋଭିଡ୍ ଟିକା ଉତ୍ପାଦନ ୫ ନିୟୁତ ଡୋଜକୁ ବୃଦ୍ଧି କରିବା ପାଇଁ ରୁଷ୍ ଉଦ୍ୟମ ଚଳାଇଛି। ଜୁଲାଇ ମାସ ଆଡ଼କୁ ପ୍ରତିମାସରେ ୧୦ ନିୟୁତ ଡୋଜ୍ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବ ବୋଲି ମଧ୍ୟ ରୁଷ୍ ଆକଳନ କରିଛି।

- Advertisement -

ସୂଚନାଯୋଗ୍ୟ, ପ୍ରଥମ ପର୍ୟ୍ୟାୟରେ ମେ’ ୧ ତାରିଖରେ ୧୫୦,୦୦୦ ସ୍ପୁଟନିକ୍-ଭି ଟିକା ଭାରତକୁ ଆସିଥିଲା। ଏହି ଟିକା କୋଭିଡ୍-୧୯ ରୋଗ ବିରୋଧରେ ୯୦% ଫଳପ୍ରଦ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories