www.samajalive.in
Saturday, December 6, 2025
26.1 C
Bhubaneswar

ରୁଷିଆର ଅମିତ୍ର ରାଷ୍ଟ୍ର ତାଲିକାରେ ଆମେରିକା, ଚେକ୍‍ ସାଧାରଣତନ୍ତ୍ର

ମସ୍କୋ: ଆମେରିକା ଏବଂ ଚେକ୍‍ ସାଧାରଣତନ୍ତ୍ରକୁ ଅମିତ୍ର ରାଷ୍ଟ୍ର (ଅନଫ୍ରେଣ୍ଡଲି ଷ୍ଟେଟ) ତାଲିକାରେ ସ୍ଥାନିତ କରିଛି ରୁଷିଆ। ଶୁକ୍ରବାର ରୁଷିଆ ପକ୍ଷରୁ ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରାଯାଇଛି। ଦୀର୍ଘବର୍ଷ ଧରି ୱାଶିଂଟନ ଏବଂ ମସ୍କୋ ମଧ୍ୟରେ ସଂପର୍କରେ ତିକ୍ତତା ବୃଦ୍ଧି ପାଇଥିବାବେଳେ ମସ୍କୋ ପକ୍ଷରୁ ଏଭଳି ଘୋଷଣା ପରିସ୍ଥିତିକୁ ଅଧିକ ଜଟିଳ କରିବା ସମ୍ଭାବନା ରହିଛି ବୋଲି କୂଟନୈତିକ ମହଲ ଆଶଙ୍କା କରିଛନ୍ତି। ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁସ୍ତିନଙ୍କ ସ୍ୱାକ୍ଷରରେ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅମିତ୍ର ରାଷ୍ଟ୍ରଗୁଡିକ ଚଳିତ ସମୟରେ ରୁଷିଆ, ରୁଷ ନାଗରିକ ଅଥବା ରୁଷର ପ୍ରତିଷ୍ଠାନଗୁଡିକ ପ୍ରତି ବିଦ୍ୱେଷମୂଳକ ଆଚରଣ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ରହିଥିବା ଅମିତ୍ର ତାଲିକାରେ ଆମେରିକା ଏବଂ ଚେକ୍‍ ସାଧାରଣତନ୍ତ୍ରକୁ ସ୍ଥାନ ଦିଆଯାଇଛି। ମସ୍କୋ ପକ୍ଷରୁ କୁହାଯାଇଛି ଯେ ଚେକ୍‍ ସାଧାରଣତନ୍ତ୍ରର ଦୂତାବାସରେ ୧୯ରୁ ଅଧିକ ରୁଷ ନାଗରିକଙ୍କୁ ନିଯୁକ୍ତ କରିବାକୁ ଅନୁମତି ଦିଆଯିବ ନାହିଁ ଏବଂ ଆମେରିକା ଦୂତାବାସରେ କେହି ରୁଷ ନାଗରିକ ନିଯୁକ୍ତି ପାଇବେନାହିଁ। ଇତିମଧ୍ୟରେ ଚେକ୍‍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ରୁଷର ଏଭଳି ପଦକ୍ଷେପ ଏବେ ମୁକାବିଲାମୂଳକ ମନେହେଉଛି। ଏହା ପରୋକ୍ଷ ଭାବରେ ଦୁଇ ଦେଶର ସାଧାରଣ ନାଗରିକ, ପର୍ଯ୍ୟଟନ ଏବଂ ବ୍ୟବସାୟିକ ସମ୍ପର୍କରେ ବିକାଶକୁ ପ୍ରଭାବିତ କରିବ। ସୂଚନାଯୋଗ୍ୟ ଯେ ଚଳିତ ସମୟରେ ୟୁକ୍ରେନ ସୀମାନ୍ତରେ ରୁଷ ସେନା ଠୁଳ କରାଯିବା ଏବଂ ଆମେରିକା ନିର୍ବାଚନରେ ରୁଷର ହସ୍ତକ୍ଷେପ ଭଳି ଘଟଣାକୁ ନେଇ ଏହି ରାଷ୍ଟ୍ରଗୁଡିକ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଜୋ ବାଇହେନ ଜାନୁଆରୀରେ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବାପରେ କ୍ରେମଲିନ ଉପରେ ଚାପ ବୃଦ୍ଧି କରିବା କାରଣରୁ ଦୁଇଦେଶ ମଧ୍ୟରେ ଦ୍ରୁତ ଅବକ୍ଷୟ ଘଟିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories