www.samajalive.in
Sunday, December 7, 2025
14.1 C
Bhubaneswar

ବାଇଡେନଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଭାରତ ଜନ୍ମିତ ଆମେରିକୀୟ ନୀରା

ୱାଶିଂଟନ; ଭାରତ ଜନ୍ମିତ ଆମେରିକୀୟ ନୀରା ଟାଣ୍ଡେନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ଯୋଗଦେବେ। ଆମେରିକାର ଅଫିସ୍‍ ଅଫ ମ୍ୟାନେଜମେର୍ଟ ଆଣ୍ଡ ବଜେଟ (ଓଏମବି) ର ମୁଖ୍ୟ ହେବାକୁ ନୀରା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ତାଙ୍କୁ ବାଇଡେନ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏକ ବିବୃତିରେ ସେଣ୍ଟର ଫର ଆମେରିକାନ୍‍ ପ୍ରୋଗ୍ରେସ (ସିଏପି)ର ପ୍ରତିଷ୍ଠାତା ଜନ୍‍ ପୋଡେଷ୍ଟା କହିଛନ୍ତି, ନୀରାଙ୍କର ବୁଦ୍ଧିମତା, ଅଗାଧ ଜ୍ଞାନ ଏବଂ ରାଜନୈତିକ ମହଲରେ ଗ୍ରହଣୀୟତା କାରଣରୁ ସେ ବାଇଡେନ ପ୍ରଶାସନ ପାଇଁ ଖୁବ ମୂଲ୍ୟବାନ ସାବ୍ୟସ୍ତ ହେବେ। ସେ ଏହା ମଧ୍ୟ କହିଛନ୍ତି ଯେ ବାଇଡେନ ପ୍ରଶାସନ ଅଧୀନରେ ଏକାଧିକ ନୀତିଗତ ସମାଧାନ ପଦକ୍ଷେପ ନୀରାଙ୍କ ନେତୃତ୍ୱରେ ଗତ ବହୁବର୍ଷ ଧରି ସିଏପିରେ ବିକଶିତ କରାଯାଇଥିଲା। ନୀରାଙ୍କ ଯୋଗଦାନ ପରେ ବାଇଡେନ ପ୍ରଶାସନର ପ୍ରୟାସ ବହୁଗୁଣିତ ହୋଇପାରିବ। ସୂଚନାଯୋଗ୍ୟ ଯେ ନୀରା ଟାଣ୍ଡେନ ସିଏପିର ସିଇଓ ଏବଂ ପ୍ରେସିଡେଣ୍ଟ ରହିଛନ୍ତି। ଏଥିସହିତ ସେ ସେଣ୍ଟର ଫର ଆମେରିକାନ ପ୍ରୋଗ୍ରେସ ଆକ୍ସନ ଫଣ୍ଡର ସିଇଓ ଭାବେ କାର୍ଯ୍ୟ କରିସାରିଛନ୍ତି। ଗତ ମାର୍ଚ୍ଚରେ ସେ ହ୍ୱାଇଟ ହାଉସ୍‍ ଓଏମବିର ଡାଇରେକ୍ଟର ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ସିନେଟରେ ଡେମୋକ୍ରାଟମାନେ ସଂଖ୍ୟାଗରିଷ୍ଠ ସମର୍ଥନ ଜୁଟାଇ ନପାରିବାରୁ ନୀତା ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories