BJD Bijuli 480×75 Mob

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତକୁ ମିଳିବ ସୁଖୋଇ-୪୦୦ : ପୁତିନ୍‍

BJD Bijuli 480×75 Mob

ବ୍ରାଜିଲ : ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁତିନ୍‍ କହିଛନ୍ତି, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତକୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପକାରୀ ସୁଖୋଇ-୪୦୦ କ୍ଷେପଣାସ୍ତ୍ର(ପ୍ରତିରକ୍ଷା ବ୍ୟବସ୍ଥା) ଦେବାଲାଗି ତାଙ୍କ ଦେଶର ଯୋଜନା ରହିଛି। ବ୍ରିକ୍ସ ଶୀର୍ଷ ବୈଠକ ଅବସରରେ  ବ୍ରାସିଲିଆଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ପୁତିନ୍‍ କହିଛନ୍ତି, ଏହି ପ୍ରକ୍ରିୟା ଠିକ୍‍ଠାକ୍‍ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀଘ୍ର ଏହି କ୍ଷେପଣାସ୍ତ୍ର ପ୍ରଦାନ ପାଇଁ କହି ନାହାନ୍ତି।

ସୁଖୋଇ-୪୦୦ କ୍ଷେପଣାସ୍ତ୍ର ହେଉଛି ଆକାଶମାର୍ଗରେ ଦୂରଗାମୀ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା। ଏହା ଯୁଦ୍ଧବିମାନ କ୍ରୁଜ୍‍ ଓ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିପାରିବ ଏବଂ ଭୂପୃଷ୍ଠରେ ଥିବା କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିବାର କ୍ଷମତା ରଖିଛି। ଏହା ୩୦ କିଲୋମିଟର ଦୂରତା ଠାରୁ ପର୍ଯ୍ୟନ୍ତ ୪୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

Comments are closed.