ମସ୍କୋ : ସିରିଆ କ୍ଷେପଣାସ୍ତ୍ର ମାଡ଼କରି ରୁଷିଆର ଏକ ଆଇଏଲ-୨୦ଏମ୍ ବିମାନ ଖାସାଇଦେବା ଫଳରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ଭୂମଧ୍ୟସାଗର ଅଞ୍ଚଳ ଲାଟାକିଆଠାରେ ଏହି ଘଟଣା ଘଟିଛି। ଏଥିପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଇସ୍ରାଏଲକୁ ଦାୟୀ କରାଯାଇଛି। ଇସ୍ରାଏଲ ସମ୍ପୃକ୍ତ ଅଞ୍ଚଳରେ ସାମରିକ କାରବାର ଚଳାଇଥିବାବେଳେ ଉପକୂଳଠାରୁ ୩୫କିଲୋମିଟର ଦୂରରେ ଥିବା ରୁଷିଆ ବିମାନକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ମାଡ଼ କରିଥିଲା ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଭଳି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଇସ୍ରାଏଲ ପୂର୍ବରୁ ସୂଚନା ଦେଇ ନଥିବା ବିଭାଗୀୟ ମୁଖପାତ୍ର କହିଛନ୍ତି। ତେବେ ଇସ୍ରାଏଲ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି।
Popular Categories



