www.samajalive.in
Wednesday, December 10, 2025
26.1 C
Bhubaneswar

କାର୍‍ ଅପେକ୍ଷା ହେଲିକପ୍ଟର ବ୍ୟବହାରରେ ଖର୍ଚ୍ଚ କମ୍‍ : ପାକିସ୍ତାନ ସୂଚନା ମନ୍ତ୍ରୀ

ଇସଲାମାବାଦ : କାର୍‍ ବ୍ୟବହାର ଅପେକ୍ଷା ହେଲିକପ୍ଟର ବ୍ୟବହାର ଶସ୍ତା। ମୋଟର ସାଇକଲଠାରୁ ମଧ୍ୟ ଏଥିରେ କମ୍‍ ତେଲ ଖର୍ଚ୍ଚ ହୁଏ। ଗୋଟିଏ କିଲୋମିଟରକୁ ମାତ୍ର ୫୦ଟଙ୍କାର ତେଲ ପୋଡ଼ିଥାଏ। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି। ବିଶେଷକରି ହେଲିକପ୍ଟର ବ୍ୟବହାର ଦ୍ୱାରା ଘଣ୍ଟା ପ୍ରତି ମୋଟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣେ ବିମାନ ବନ୍ଦର ଅଧିକାରୀ ହିସାବ ଦେବା ପରେ ବିବାଦ ବଢ଼ିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଶର ଆର୍ଥିକ ସଂକଟ ପରିପ୍ରେକ୍ଷୀରେ ଛୋଟ ଘରେ କମ୍‍ କର୍ମଚାରୀଙ୍କ ସହିତ ବାସ କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ବ୍ୟବହାର ହେଉଥିବା ୭୦ରୁ ଅଧିକ ଦାମୀ କାର୍‍ ବିକ୍ରି କରିଛନ୍ତି। ଏ ବାବଦରେ ସରକାର ୨୦୦ ନିୟୁତ ଟଙ୍କା ପାଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ବିରାଟ ବାସଭବନକୁ ରୂପାନ୍ତରିତ କରି ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ସବୁବେଳେ ହେଲିକପ୍ଟର ବ୍ୟବହାର କରୁଥିବା ନେଇ ବିରୋଧୀମାନେ ପରିହାସ କରିଛନ୍ତି। ମେଟ୍ରୋ ବସ୍‍ ସେବା ବନ୍ଦ କରି କେବଳ ହେଲିକପ୍ଟର ଚଳାଇବାକୁ ବିରୋଧୀ ନେତା ଦାବି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories