www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଉତ୍ତର ଓ ଦକ୍ଷିଣ କୋରିଆ ମୁଖ୍ୟଙ୍କ ଆଲୋଚନା

ପ୍ୟୋଙ୍ଗୟାଙ୍ଗ୍‍ : ବର୍ଷକ ମଧ୍ୟରେ ଉତ୍ତର ଓ ଦକ୍ଷିଣ କୋରିଆ ରାଷ୍ଟ୍ରମୁଖ୍ୟ ପରସ୍ପରଙ୍କୁ ତୃତୀୟ ଥର ପାଇଁ ସାକ୍ଷାତ କରିଛନ୍ତି। ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଏ-ଇନ୍‍ ମଙ୍ଗଳବାର ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗ୍‍ରେ ପହଞ୍ଚିଛନ୍ତି। ଦୁଇ ଦେଶ ମଧ୍ୟରେ ଅପରିବର୍ତ୍ତନୀୟ ତଥା ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ମୁନ୍‍ ତାଙ୍କ ପ୍ରତିପକ୍ଷ କିମ୍‍ ଜଙ୍ଗ୍‍ ଉନ୍‍ଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତା ଉପରେ ଦୁଇ ପକ୍ଷଙ୍କ ମଧ୍ୟରେ ସମ୍ମିଳନୀ ଅନୁଷ୍ଠିତ ହେଉଛି। ପ୍ୟୋଙ୍ଗୟାଙ୍ଗ୍‍ରେ ମୁନ୍‍ ସସ୍ତ୍ରୀକ ପହଞ୍ଚିବା ପରେ କିମ୍‍ ଓ ପତ୍ନୀ ରି ସୋଲ ଜୁ ତାଙ୍କୁ ସ୍ୱାଗତ କରିଛନ୍ତି। ପରେ ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଛି। ବୁଧବାର ମଧ୍ୟ ସେମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦୁଇ ଦେଶ ମଧ୍ୟରେ ସାମରିକ ବୁଝାମଣା ସହିତ ଉତ୍ତେଜନା ହ୍ରାସ ପାଇଁ ନିଷ୍ପତ୍ତି ନିଆଯିବ। ଏହି ଉପଲକ୍ଷେ ଉତ୍ତର କୋରିଆ ଉତ୍ସବମୁଖର ହୋଇଉଠିଛି। ଦେଶବାସୀ ଦୁଇ ଦେଶ ମଧ୍ୟରେ ମିଶ୍ରଣ ସପକ୍ଷରେ ମତ ଦେଇ ଉତ୍ସବ ପାଳନ କରୁଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଗତ ଏପ୍ରିଲ ୨୭ ଓ ମେ ୨୬ରେ ସାକ୍ଷାତ ଆଲୋଚନା ହୋଇଥିଲା। ଦକ୍ଷିଣ କୋରିଆର ସୀମାନ୍ତ ଗ୍ରାମ ପାନ୍‍ମୁଞ୍ଜୋନ୍‍ଠାରେ ଅନୁଷ୍ଠିତ ଏହି ଆଲୋଚନାରେ ସୁସମ୍ପର୍କ ଓ ସହଯୋଗ ବୃଦ୍ଧି ସହ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ନେତା ସମ୍ମତି ପ୍ରକାଶ କରିଥିଲେ। ଆର୍ଥିକ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଉଭୟ ବୁଝାମଣାରେ ଉପନୀତ ହୋଇଥିଲେ। ସେତେବେଳେ କିମ୍‍ ପ୍ରଥମ ଥର ପାଇଁ ନିଜ ଦେଶର ସୀମା ଅତିକ୍ରମ କରି ଦକ୍ଷିଣ କୋରିଆରେ ପାଦ ଥାପିଥିଲେ। ସେହିପରି ଦୀର୍ଘ ୧୧ବର୍ଷ ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଉତ୍ତର କୋରିଆରେ ପହଞ୍ଚିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories