www.samajalive.in
Saturday, December 6, 2025
19.1 C
Bhubaneswar

କଳାପଥର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

କଳାପଥର : କଟକ ଜିଲ୍ଲାର କଳାପଥର ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜମାକାରୀମାନଙ୍କର କୋଟି କୋଟି ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ କାର୍ଯ୍ୟରତ ପୂର୍ବତନ ଉଭୟ ଶାଖା ପରିଚାଳକ ଓ ବ୍ୟାଙ୍କ କୋଷାଧ୍ୟକ୍ଷ ସମ୍ପୃକ୍ତ ରହିଥିବା ନେଇ ଅଭିଯୋଗ ହୋଇଛି। ଖାତାରୁ କୋଟି କୋଟି ଟଙ୍କା ଆତ୍ମସାତ୍ ହୋଇଥିବା ଘଟଣା ଜଣାପଡିବା ପରେ ମଙ୍ଗଳବାର ବ୍ୟାଙ୍କ ଭିତରେ ଜମାକାରୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏନେଇ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ସୂଚନାଯୋଗ୍ୟ ଯେ, କଳାପଥର ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ଉଭୟ ଶାଖା ପରିଚାଳକ ଓ କୋଷାଧ୍ୟକ୍ଷଙ୍କ ବଦଳି ହୋଇ ନୂଆ ଆସିଛନ୍ତି। ପୂର୍ବରୁ ଦାୟିତ୍ବରେ ଥିବା ଶାଖା ପରିଚାଳକ ଓ ବ୍ୟାଙ୍କ କୋଷାଧ୍ୟକ୍ଷ ଜମାକାରୀଙ୍କ ଜମା ଟଙ୍କା ବ୍ୟାଙ୍କରେ ଜମା କରୁନଥିବା ଜଣାପଡିଛି। ତେବେ ଜମାକାରୀଙ୍କର ପ୍ରକୃତ ଜମା ଟଙ୍କାରୁ କେତେ ଆତ୍ମସାତ୍ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

- Advertisement -

ପୂର୍ବରୁ ସେହି ବ୍ୟାଙ୍କରେ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିବା ସୌମ୍ୟରଞ୍ଜନ ବେହେରାଙ୍କ ଅନ୍ୟତ୍ର ବଦଳି ହେବା ପ​‌ରେ ନୂତନ ଶାଖା ପରିଚାଳକ ଭାବେ ରବି ନାରାୟଣ ମହାରଣା ଯୋଗ ଦେଇଥିଲେ। ସେ ବ୍ୟାଙ୍କରେ ଯୋଗ ଦେବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ଏ ସମ୍ପର୍କରେ ଜମାକାରୀମାନେ ଲିଖିତ ଅଭିଯୋଗ କରିଛନ୍ତି। ଟଙ୍କା ଠକେଇ ସମ୍ପର୍କ​‌ରେ ବ୍ୟାଙ୍କର ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ସେମାନେ ଏ ସମ୍ପର୍କରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ମିଳିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories