www.samajalive.in
Saturday, December 6, 2025
19.1 C
Bhubaneswar

ଡଲାର ତୁଳନାରେ ଟଙ୍କା ଓ ୟାନ ବିନିମୟ ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳାନରେ ଟଙ୍କା ଓ ୟାନ ବିନିମୟ ମୂଲ୍ୟରେ ସୋମବାର ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ପ୍ରତି ଡଲାର ବିନିମୟ ମୂଲ୍ୟ ୭୦ ଟଙ୍କା ୭୧ ପଇସାରେ ପହଞ୍ଚିଛି। ଏହା ପୂର୍ବରୁ ପ୍ରତି ଡଲାର ବିନିମୟ ମୂଲ୍ୟ ୬୯ ଟଙ୍କା ୬୦ ପଇସା ଥିଲା। ୨୦୧୮ ଡିସେମ୍ବର ପରେ ଏହା ହେଉଛି ଟଙ୍କା ବିନିମୟ ମୂଲ୍ୟରେ ସବୁଠୁ ବଡ଼ ହ୍ରାସ। ସେହପରି ଆମେରିକୀୟ ଡଲାର ତୁଳନାରେ ଚୀନ ମୁଦ୍ରା ‘ୟାନ’ର ବିନିମୟ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ପ୍ରାୟ ଏକ ଦଶନ୍ଧୀ ପରେ ୟାନ ବିନିମୟ ମୂଲ୍ୟର ହ୍ରାସ ଘଟିଛି। ଏହି କ୍ରମରେ ପ୍ରତି ଡଲାର ବିନିମୟ ମୂଲ୍ୟ ୭ ୟାନରେ ପହଞ୍ଚିଛି। ଏହା ପୂର୍ବରୁ ପ୍ରତି ଡଲାର ବିନିମୟ ମୂଲ୍ୟ ୬.୬୮ ୟାନ ଥିଲା।
ବିଶେଷଜ୍ଞଙ୍କ କହିବା ଅନୁସାରେ ସେୟାର ବଜାରରେ ମାନ୍ଦା କାରବାରର ପ୍ରଭାବ ଟଙ୍କା ଓ ୟାନ ବିନିମୟ ମୂଲ୍ୟ ଉପରେ ପଡିଛି। ଫଳରେ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ପାଇଛି। ଅନୁରୂପ ଭାବେ ଚୀନ- ଆମେରିକା ବାଣିଜ୍ୟ ଯୁଦ୍ଧରୁ ୟାନ ବିନିମୟ ମୂଲ୍ୟରେ ହ୍ରାସ ଘଟିଛି। ଏହାକୁ ଛାଡି ଏସିଆର ଅନ୍ୟ ସେୟାର ମାର୍କେଟରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦରର ବୃଦ୍ଧି ମଧ୍ୟ ଅନ୍ୟ ଦେଶର ମୁଦ୍ରା ବିନିମୟ ମୂଲ୍ୟରେ ପ୍ରଭାବ ପକାଇଛି। ଭାରତରେ ଘରୋଇ ନିବେଶକଙ୍କ ଯୋଗଦାନ ଅଭାବରୁ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୭୦୦ ପଏଣ୍ଟ ହ୍ରାସ ପାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories