www.samajalive.in
Saturday, December 6, 2025
26.1 C
Bhubaneswar

ଡବଲ ଇଞ୍ଜିନ ସରକାରରେ ମହାନଦୀ ବିବାଦ ସମାଧାନ ସହଜ ହେବ -ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଠନ ପରେ ତେଜିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ। ମହାନଦୀ ପାଣିକୁ ନେଇ ଶାସକ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଏବେ ରାଜ୍ୟ-କେନ୍ଦ୍ର ଓ ପଡୋଶୀ ଛତିଶଗଡରେ ସମାନ ସରକାର ରହିଛନ୍ତି, ତେଣୁ ଆଶା କରୁଛୁ ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବ। ମହାନଦୀରେ ପାଣି ଶୁଖି ଗଲାଣି। ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଲେ ଭଲ ହେବ।
ସେପଟେ ବିଜେଡି ବିଧାୟକଙ୍କ ମନ୍ତବ୍ୟରେ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡି ରାଜ୍ୟରେ ୨୪ବର୍ଷ ସରକାରରେ ଥିଲା। ମହାନଦୀ ପ୍ରସଙ୍ଗ ଏବେର ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ କେତେ ଥର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ। ଓଡ଼ିଶା ବହୁତ କ୍ଷତି ସହିଲାଣି। ନୂଆ ସରକାର ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ସହ ସାମ୍ବିଧାନିକ ଫୋରମରେ ଆଲୋଚନା କରି ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବେ ନିଶ୍ଚୟ ବୋଲି ସୁରେଶ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ତ୍ରିପଲ ଇଞ୍ଜିନ ସରକାର ଥିବାରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଶୀଘ୍ର ସମାଧାନ ହେବ ବୋଲି ଭାବୁଛୁ। ଛତିଶଗଡରେ ବିଜେପି, ଓଡ଼ିଶାରେ ବିଜେପି ଓ କେନ୍ଦ୍ରରେ ସମାନ ସରକାର ଥିବାରୁ ସମାଧାନର ବାଟ ଫିଟିବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories