www.samajalive.in
Saturday, December 13, 2025
26.1 C
Bhubaneswar

ଧନୁପାଲି ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ବର୍ଷ ସଂଘ ଶିକ୍ଷା ବର୍ଗ

ସମ୍ବଲପୁର  : ସମ୍ବଲପୁରର ଧନୁପାଲି ସ୍ଥିତ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଓଡିଶା ଓ ପଶ୍ଚିମବଙ୍ଗରୁ ୧୯୮ ଜଣ ସ୍ୱୟଂ ସେବକ ଏହି ଦ୍ୱିତୀୟ ବର୍ଷ ସଂଘ ଶିକ୍ଷା ବର୍ଗରେ ଯୋଗଦାନ କରିଛନ୍ତି । ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ବର୍ଗ ଆସନ୍ତା ଜୁନ ୧୦ ପର୍ଯ୍ୟନ୍ତ ଜାରି ରହିବ। ସ୍ୱୟଂ ସେବକ ମାନଙ୍କର ଶାରୀରିକ, ବୌଦ୍ଧିକ ଓ ସଂଘ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଗୁଣାବଳୀର ବିକାଶ ପାଇଁ ଏହି ବର୍ଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବର୍ଗରେ ୬୦ ଜଣ ଶିକ୍ଷକ ଓ ପ୍ରବନ୍ଧକ ଶିବିର ପରିଚାଳନାରେ ରହିଛନ୍ତି । ଶିକ୍ଷାର୍ଥୀ ମାନଙ୍କୁ ବର୍ଗରେ କ୍ଷେତ୍ର କାର୍ଯ୍ୟବାହକ ଦୁର୍ଗା ପ୍ରସାଦ ସାହୁ, କ୍ଷେତ୍ର ପ୍ରଚାରକ ରମାପଦ ପାଲ, କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ ମିଶ୍ର, ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଅଂଶ ଗ୍ରହଣ କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories