www.samajalive.in
Friday, December 12, 2025
15.1 C
Bhubaneswar

ପାଇପ ଗୋଦାମରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ସମ୍ବଲପୁର  : ସମ୍ବଲପୁର ଉପକଣ୍ଠସ୍ଥ ଗୁଣ୍ଡେରପୁରସ୍ଥିତ ଆରଡବ୍ଲ୍ୟୁଏସଏସର ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। କୌଣସି କାରଣରୁ ଉକ୍ତ ଗୋଦାମରେ ନିଆଁ ଲାଗିଥିଲା। ଏଣୁ ତୁରନ୍ତ ମାନେଶ୍ୱର ସ୍ଥିତ ଅଗ୍ନିଶମ ଦଳକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିବାର ଚେଷ୍ଟା କରିଥିଲେ ସୁଦ୍ଧା ନିଆଁ ଭୟାବହ ରୂପ ଧାରଣ କରିଥିବାରୁ ସମ୍ବଲପୁର ଓ ଯୁଯୁମୁରା ସ୍ଥିତ ଅଗ୍ନିଶମ ଦଳ ଗୁଡିକୁ ତୁରନ୍ତ ଡକାଯାଇଥିଲା । ସମସ୍ତ ଅଗ୍ନିଶମ କେନ୍ଦ୍ର ଗୁଡିକର ୬ଟି ଦଳରେ ୩୬ ଜଣ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କ  ପ୍ରାୟ ୪ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଘଟଣାରେ ଆରଡବ୍ଲ୍ୟୁଏସଏସ ବିଭାଗର ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ଗୁଡିକ ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ, ନିକଟରେ ଥିବା ବିଲରେ କେହି ନିଆଁ ଲଗାଇଥିବା ଦେଇଥିବା ବେଳେ ସେହି ନିଆଁ ଗୋଦାମରେ ରହିଥିବା ପ୍ଲାଷ୍ଟିକ ପାଇପ ନିକଟୁ ଆସିଯିବାରୁ ଏଭଳି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣାର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ଅରୁଣ ଟପ୍ନୋ କହିଛନ୍ତି । ଏହି ଅଞ୍ଚଳର ୫ଟି ଗ୍ରାମ ପଞ୍ଚାୟତରେ ପାଣି ପାଇପ ବିଛାଇବାର କାର୍ଯ୍ୟ ଜାରି ରହିଛି । ଏଣୁ ଏଠାରେ ପାଇପ ଗଚ୍ଛିତ ରଖାଯାଇଥିଲା ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାର କାରଣ ତଦନ୍ତ କରାଯାଉଛି ବୋଲି ସଦର ଉପ ଜିଲାପାଳ ପ୍ରଭାସ ଦଣ୍ଡସନା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories