www.samajalive.in
Sunday, December 14, 2025
26.1 C
Bhubaneswar

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ୩ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ 

ଗୋପାଳପୁର : ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ସୋମବାର ତିନିଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ସହ ଶୃଙ୍ଖଳିତ ହେବା ସହ ଦୃଢ଼ ମନ ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ନମ୍ରତା ଜ୍ଞାନ, ଯୋଗ୍ୟତାରୁ ସ୍ଥାନ ଏବଂ ଭଦ୍ରତାରୁ ମାନ ଏହି ତିନୋଟି ମହାମନ୍ତ୍ରକୁ ଆଖିରେ ରଖି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିବା ସହ ମହାବିଦ୍ୟାୟଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ସଂଯୋଜନା କରିଥିଲେ। କଲେଜର ଛାତ୍ରୀ ମୋନାଲିସା ବିଶ୍ଵାଳ ସାଂସ୍କୃତିକ ଓ କ୍ରୀଡ଼ା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ର ସଂଗ୍ରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସର ରେ କଲେଜ୍ ର ବାର୍ଷିକ ମାଗାଜିନ୍ ର ସମ୍ପାଦକ ଡ଼ଃ ସୁଦର୍ଶନ ସାହୁ ଙ୍କ ସମ୍ପାଦନାରେ ପୁସ୍ତିକା  ‘ଦରବାର’  ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । ଛାତ୍ର ଅବିନାସ ପତି ଓ ଛାତ୍ରୀ ସୁହାନି ସୁକନ୍ୟା ରାୟ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଆଜିର ମୁଖ୍ୟ ଆକର୍ଷଣ ସମ୍ବଲପୁରୀ ଗୀତିକାର ମଣ୍ଟୁ ଛୁରୀୟାଙ୍କ ସମ୍ବଲପୁରୀ ଗୀତରେ ଛାତ୍ର- ଛାତ୍ରୀ ଝୁମିଥିଲେ। ଏହି କାର୍ଯ୍ୟକ୍ରମକୁ ଛାତ୍ର ବିଜୟ କୁମାର ରେଡ୍ଡୀ, ସଞ୍ଜୀବ ସାହୁ, ବିଭାସ ମିତ୍ର,ଜ୍ୟୋତିପ୍ରଭା ପତି, ସଞ୍ଜନା ସୁହାନି,ଗୋବିନ୍ଦ, ଶ୍ରଦ୍ଧା, ସୁହାନା, ସୋନୀୟା ଓ ଉଦିତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories