ନୂଆଦିଲ୍ଲୀ : ରାଷ୍ଟୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍)ର ତିନି ଦିନିଆ ମନ୍ଥନ ଶିବିର ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ବ୍ୟତୀତ ଅନ୍ୟ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ କାର୍ଯ୍ୟକ୍ରମ ପୂର୍ବରୁ କିଛି ନେତା ଯିବାପାଇଁ ମନା କରିଦେଇଛନ୍ତି। ଯାହାକୁ ନେଇ ହରିୟାଣା ବିଜେପି ନେତା ଅନୀଲ ବିଜ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଆରଏସ୍ଏସ୍ ଏକ ଦେଶଭକ୍ତି ମନ୍ଦିର। ମନ୍ଦିରକୁ ଭୂତ ପିଶାଚ ଯାଆନ୍ତି ନାହିଁ। କାରଣ ତାଙ୍କୁ ଡର ଲାଗିଥାଏ’।
ଆରଏସ୍ଏସ୍ର ଏହି କାର୍ଯ୍ୟକ୍ରମ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ କରାଯାଇଛି। ‘ଭବିଷ୍ୟତ ଭାରତରେ ଆରଏସ୍ଏସ୍ର ଦୃଷ୍ଟିକୋଣ’ କାର୍ଯ୍ୟକ୍ରମର ଶୀର୍ଷକ ରହିଛି। ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାବ୍ୟତୀତ ଧାର୍ମିକ ଗୁରୁ, ଚଳଚ୍ଚିତ୍ର କଳାକାର, ଖେଳାଳୀ ଆଦି ଯୋଗ ଦେବାର ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି, ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର, ଗାୟକ ଅନୁ ମଲ୍ଲିକ, ଅନୁ କାପୁର ଓ ମନୀଷା କୋରେଲା ଆଦି ଯୋଗ ଦେଇଛନ୍ତି।
ଆରଏସ୍ଏସ୍ ମନ୍ଦିରକୁ ଭୂତ ଯାଆନ୍ତି ନାହିଁ : ବିଜେପି ନେତା
Popular Categories



