www.samajalive.in
Saturday, December 6, 2025
26.1 C
Bhubaneswar

ଦୀପିକାଙ୍କ ଠାରୁ ବି ଦୃଷ୍ଟି ଆକର୍ଷିତ କରୁଛି ରୟାଲ ଗ୍ଲିଜ୍‍

ଭୁବନେଶ୍ୱର: ଭାରତର ସର୍ବବୃହତ ରଙ୍ଗ ଏବଂ ଡେକୋର କମ୍ପାନୀ ଏସିଆନ ପେଣ୍ଟ୍‍ସ ଏକ ନୂତନ ବିଳାସପୂର୍ଣ୍ଣ ପେଣ୍ଟ୍‍ ‘ରୟାଲ ଗ୍ଲିଜ୍‍’ ପ୍ରଚଳନ କରିଛି। ଏହା ଏକ ବିଳାସପୂର୍ଣ୍ଣ ଆଭ୍ୟନ୍ତରୀଣ କାନ୍ଥ ରଙ୍ଗ ଯାହା ଘରର ଚମକ ନିଶ୍ଚିତ ଭାବରେ ବୃଦ୍ଧି ଘଟାଇବ। ଟେଫଲନ୍‍ ସର୍ଫେସ ପ୍ରୋଟେକ୍ଟରରେ ଥିବା ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟ କାନ୍ଥରେ ଲାଗୁଥିବା ଦାଗକୁ ସହଜରେ ପୋଛି ହେବା ସୁନିଶ୍ଚିତ କରିଥାଏ। ନୂଆ ରୟାଲ ଗ୍ଲିଜ୍‍ର ଅଲ୍ଟ୍ରା-ଶିନ୍‍ ଆପଣଙ୍କ ଘରର କାନ୍ଥଗୁଡିକୁ ଏକ ସମୃଦ୍ଧ ଏବଂ ଚମକଦାର ରୂପ ପ୍ରଦାନ କରୁଛି।
ଏସିଆନ ପେଣ୍ଟସର ରୟାଲ ଗ୍ଲିଜ ପାଇଁ ପ୍ରସ୍ତୁତ ଅଧୁନାତମ ଟିଭିସିରେ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଦୀପିକା ପାଦୁକୋନେଙ୍କୁ ଏକ ଦମ୍‍ଦାର ଲୁକ୍‍ରେ ଦେଖିବାକୁ ମିଳିବ, ଯିଏ ଫାଶନ ଫଟୋ ଉତ୍ତୋଳନ ପାଇଁ ପୋଜ୍‍ ଦେଉଛନ୍ତି। ପୃଷ୍ଠଭାଗରେ କ୍ଲାସିକ ସଂଗୀତ ‘ବାରବାର ଦେଖୋ’ର ଏକ ଆଧୁନିକ ଶୈଳୀରେ ଗାୟନ ବାଜୁଥିବା ଏହି ବିଜ୍ଞାପନ ଏସିଆନ ପେଣ୍ଟସର ନୂତନ ରଙ୍ଗ କିଭଳି ଦୀପିକାଙ୍କ ଭଳି ଆକର୍ଷଣୀୟ ଚେହେରାରୁ ଦୃଷ୍ଟିକୁ ଚୋରି କରି ନେଉଛି ତାହା ପ୍ରଦର୍ଶିତ କରୁଛି। ଏହି ଟିଭିସିରେ ଘରେ ଏକ ଫଟୋ ଉତ୍ତୋଳନ କାର୍ଯ୍ୟକ୍ରମରେ ବାସ୍ତବରେ ତାହା ହିଁ ହେଉଛି। ଏହି ବଲିଉଡ ଅଭିନେତ୍ରୀଙ୍କ ଚେହେରା ଦାଉ ଦାଉ ଦେଖାଯାଉଥିବାବେଳେ ଫଟୋଗ୍ରାଫର ସେହି ଦିନର ଫଟୋଗୁଡିକ ମଧ୍ୟରୁ ସର୍ବଶ୍ରେଷ୍ଠଗୁଡିକୁ ବାଛୁିବା ସମୟରେ ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କର ଧ୍ୟାନ ଅନ୍ୟଆଡକୁ ଚାଲିଯାଉଥିବା ଲକ୍ଷ୍ୟ କରାଯାଉଛି। ଦୀପିକା ଦେଖିବାକୁ ପାଉଛନ୍ତି ଯେ, ଅଲ୍‍ଟ୍ରା ଶିନ୍‍- ରୟାଲ ଗ୍ଲିଜ୍‍ରେ ରଙ୍ଗ କରାଯାଇଥିବା ପୃଷ୍ଠଭାଗର କାନ୍ଥ ତାଙ୍କ ଠାରୁ ଦୃଷ୍ଟିକୁ ଚୋରାଇ ନେଇଛି!

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories