www.samajalive.in
Saturday, December 6, 2025
15.1 C
Bhubaneswar

ରାଉରକେଲା-ବିଜୟ ବ୍ୟବଧାନ କମୁଛି

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲା ବିଧାନସଭା ଆସନକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏକ ପରିସଂଖ୍ୟାନ ଅନୁସାରେ ୨୦୦୦ ମସିହାରୁ ସାଧାରଣ ନିର୍ବାଚନ ସମୟରୁ ବିଭିନ୍ନ ସାଧାରଣ ନିର୍ବାଚନରେ ବିଜୟ ବ୍ୟବଧାନ ଭୋଟିଂ ହାର କମିବାରେ ଲାଗିଛି ା
ପରିସଂଖ୍ୟାନ ଅନୁସାରେ ୨୦୦୦ମସିହାରେ ସ୍ୱର୍ଗତ ଅଜିତ ଦାସ ବିଜୁ ଜନତା ଦଳରୁ ପ୍ରଥମ କରି ବିଧାୟକ ଭାବେ ନିର୍ବାଚନ ଲଢ଼ି ୬୨ ହଜାର ୪୫୦ ଭୋଟ ପାଇ ନିର୍ବାଚନ ଜିତି ଥିଲେ। କଂଗ୍ରେସରୁ ବିଦ୍ରୋହ କରି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିବା ତଥା ବର୍ତ୍ତମାନର ବିଜେଡ଼ି ନେତା ତଥା ମନ୍ତ୍ରୀ ସାରଦା ନାୟକ ୨୮,୪୩୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରଭାତ ମହାପାତ୍ରଙ୍କ ବାକ୍ସରେ ୧୯,୯୦୦ ଭୋଟ୍‌ ପଡ଼ିଥିଲା। ସ୍ୱର୍ଗତ ଅଜିତ ଦାସ ୩୪ ହଜାର ଭୋଟ୍‌ରେ ନିକଟତମ ପ୍ରତିଦ୍ୱନ୍ଦୀ ସାରଦା ନାୟକଙ୍କୁ ହରାଇଥିଲେ।

କିନ୍ତୁ ପୂର୍ବତନ ବିଧାୟକ ଶ୍ରୀ ମହାପାତ୍ର ଦଳୀୟ ବ୍ୟାନରରେ ଠିଆ ହୋଇ ମଧ୍ୟ ସାରଦାଙ୍କଠାରୁ ପ୍ରାୟ ୯ ହଜାର କମ୍‌ ଭୋଟ ପାଇଥିଲେ। ସେହିପରି ୨୦୦୪ ମସିହା ନିର୍ବାଚନ ପୂର୍ବରୁ ସାରଦା ହଠାତ୍‌ ବିଜେଡ଼ିରେ ମିଶି ଯାଇଥିଲେ। ଅଜିତ ଦାସଙ୍କ ଟିକଟ କଟିଯାଇଥିଲା। ସାରଦାଙ୍କୁ ବିଜେଡ଼ି ଟିକଟ ଦେଇଥିଲା। ୨୦୦୪ ନିର୍ବାଚନରେ ସାରଦା ୭୨ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। କଂଗ୍ରେସ ଦଳରୁ ଟିକଟ ପାଇ ସାରଦାଙ୍କ ସହ ଟକ୍କର ଦେଇଥିବା ରାଉରକେଲା ମ୍ୟୁନିସିପାଲିଟିର ତତ୍କାଳୀନ ଚେୟାରମେନ ତଥା ବର୍ତ୍ତମାନର ବିଜେପି ନେତା ନିହାର ରାୟ ପ୍ରାୟ ୪୬ ହଜାର ଭୋଟ ପାଇଥିଲେ। ସାରଦାଙ୍କ ବୃହତ୍‌ ବିଜୟ ହୋଇଥିଲା। ନିହାରଙ୍କୁ ସେ ୩୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଥିଲେ। ସେହିପରି ୨୦୦୯ ନିର୍ବାନରେ ସାରଦା ନାୟକ, ବିଜେପିର ରମେଶ ଅଗ୍ରୱାଲ ଓ ତତ୍କାଳୀନ କଂଗ୍ରେସ ନେତା ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଏହି ନିର୍ବାଚନରେ ଉଭୟ ବିଜେଡ଼ି ଓ କଂଗ୍ରେସର ଭୋଟ୍‌ ହାର ହ୍ରାସ ପାଇଥିଲା। କିନ୍ତୁ ବିଜେପିରେ ଭୋଟ୍‌ ହାର ବୃଦ୍ଧି ପାଇଥିଲା। ବିଜେଡ଼ି ପ୍ରାର୍ଥୀ ସାରଦାଙ୍କ ସପକ୍ଷରେ ୪୬ ହଜାର, କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତଙ୍କୁ ୧୪ ହଜାର ୭୦୭ ଓ ବିଜେପି ପ୍ରାର୍ଥୀ ରମେଶ ଅଗ୍ରୱାଲଙ୍କୁ ୨୦ ହଜାର ୪୨୪ ଭୋଟ୍‌ ମିଳିଥିଲା। ସାରଦା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ରମେଶ ଅଗ୍ରୱାଲଙ୍କୁ ପ୍ରାୟ ୨୬ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ କରିଥିଲେ। କିନ୍ତୁ ୨୦୧୪ ନିର୍ବାଚନଠାରୁ ସାରଦାଙ୍କ ଭୋଟ୍‌ ହାର କମିବାରେ ଲାଗିଛି।
ରାଉରକେଲା ରାଜନୀତିର ଜଣେ ତୁଙ୍ଗ ନେତୃତ୍ୱ ଭାବେ ଜଣାଶୁଣା ଦିଲୀପ ରାୟ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ଦିଲ୍ଲୀପ ରାୟଙ୍କୁ ୬୮ ହଜାର ୬୦୦ ଭୋଟ ମିଳିଥିଲା। ମାତ୍ର ସାରଦାଙ୍କୁ ୪୮ ହଜାର ୭୦୦ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ପ୍ରଭାତ ମହାପାତ୍ର ମାତ୍ର ୧୦,୪୦୦ ଭୋଟ୍‌ ପାଇଥିଲେ। ଦିଲୀପ ରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ସାରଦାଙ୍କୁ ପ୍ରାୟ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ କରିଥିଲେ। ତେବେ ଦିଲ୍ଲୀପ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ଦେଇଥିଲେ। ୨୦୧୯ ନିର୍ବାଚନରେ ସେ ନିର୍ବାଚନ ଲଢ଼ି ନ ଥିଲେ। ପୁଣି ବିଜେଡ଼ିରୁ ସାରଦା ଚତୁର୍ଥଥର ପାଇଁ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ଟକ୍କର ଦେଇଥିଲେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ନିହାର ରାୟ। ସାରଦା ପ୍ରାୟ ୬୧ ହଜାର ଭୋଟ୍‌ ହାତେଇଥିଲେ। ନିହାରଙ୍କ ଭାଗରେ ପ୍ରାୟ ୫୦ ହଜାର ୫୦୦ ଭୋଟ୍‌ ପଡ଼ିଥିଲା। ପ୍ରଥମଥର ନିର୍ବାଚନ ଲଢ଼ିଥିବା କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି ପ୍ରାୟ ୧୪ ହଜାର ଭୋଟ୍‌ ମିଳିଥିଲା। ସାରଦା ନାୟକ ନିହାରଙ୍କୁ ପାଖାପାଖି ୧୦ ହଜାର ଭୋଟ୍‌ରେ ପରାଜିତ କରିଥିଲେ। ଗତ ନିର୍ବାଚନରେ ସବୁ ଦଳର ଭୋଟ୍‌ କମିଥିଲା। ୨୦୧୯ରେ ପାଖାପାଖି ୧ ଲକ୍ଷ ୮୦ ହଜାରରୁ ଅଧିକ ଭୋଟର ଥିଲେ। ସବୁ ଦଳର ଭୋଟ୍‌ ମିଶାଇଲେ ପ୍ରାୟ ୧ ଲକ୍ଷ ୩୦ ହଜାର ଭୋଟ ହେବ। ଚଳିତଥର ୨ ଲକ୍ଷ ୧୨ ହଜାର ୮୫୯ଜଣ ଯୋଗ୍ୟ ଭୋଟର ରହିଛନ୍ତି। ବିଗତ ନିର୍ବାଚନଗୁଡ଼ିକର ଫଳାଫଳ ତର୍ଜମା କଲେ ପ୍ରତିଥର ବିଜୟ ବ୍ୟବଧାନ କମି ଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories