ସ୍ମାର୍ଟସିଟିରେ ଚିନ୍ତା ବଢାଇଛି ହଇଜା ; ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ
ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଚିନ୍ତା ବଢାଇଛି ହଇଜା। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏଯାଏଁ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଶହରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏହାମଧ୍ୟରେ ବୁଧବାର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଅନ୍ୟ ଅଧିକାରୀ ରାଉରକେଲା ସରକାରୀ ଡାକ୍ତରଖାନା ସହ ଅନ୍ୟ ସ୍ଥାନକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ମାର୍ଟସିଟିରେ ଚିନ୍ତା ବଢାଇଛି ହଇଜା – ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ pic.twitter.com/T3KScz38Gc
— Samaja Live (@samajalive) December 20, 2023
ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସ୍ମାର୍ଟ ସିଟି ରାଉରକେଲାରେ ସ୍ଥିତି ସମୀକ୍ଷା କରିବା ସହ ରୋଗ ବ୍ୟାପିବାର କାରଣ ଓ ନିରାକରଣ ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Comments are closed.