www.samajalive.in
Saturday, December 6, 2025
15.1 C
Bhubaneswar

ରାଉରକେଲାକୁ କୋଭିଡମୁକ୍ତ କରିବା ପାଇଁ ଆବଶ୍ୟକ ସ୍ଥାନରେ ଅତି କ୍ଷୁଦ୍ର ଆବଦ୍ଧ ଅଂଚଳ କରାଯାଉଛି : କମିସନର

ରାଉରକେଲା: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ଆବଶ୍ୟକ ସ୍ଥାନରେ ଅତି କ୍ଷୁଦ୍ର ଆବଦ୍ଧ ଅଂଚଳ କରାଯାଉଛି। ମୁଖ୍ୟତଃ ଯେଉଁସବୁ ଅଞ୍ଚଳରେ ପରୀକ୍ଷା ବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ ମାମଲା ଆସୁଛି, ସେହି ସ୍ଥାନରେ ସଂକ୍ରମଣକୁ ରୋକିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି ବୋଲି କମିସନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି । ଏହା ଲୋକଙ୍କୁ ଭୟଭୀତ କରିବାକୁ କରାଯାଉ ନାହିଁ। ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ୟାପୁଥିବା କୋଭିଡ୍ ସଂକ୍ରମଣକୁ ସେହି ସ୍ଥାନରେ ସୀମିତ କରି ରଖିବା।
ଘର ଘର ବୁଲି ପରୀକ୍ଷା କରିବା ସହ ଯେଉଁ ଜାଗାରେ ପଜିଟିଭ୍ ମାମଲା ଆସୁଛି ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖିବା। ଏହି ସମୟରେ ମହାନଗର ନିଗମ ପକ୍ଷରୁ ରାପିଡ଼୍ ରେସପନ୍ସ ଟିମ୍ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରି ଲୋକଙ୍କୁ ଆବଶ୍ୟକ ଔଷଧ ଏବଂ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଉଛି। ମୂଳ ଲକ୍ଷ୍ୟ ହେଉଛି ସଂପୃକ୍ତ ଅଞ୍ଚଳକୁ ଏକ ପ୍ରକାର ଆବଦ୍ଧ କରି କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ କରିବା ବୋଲି ସେ କହିଛନ୍ତି ।

ଗତ କିଛିଦିନ ମଧ୍ୟରେ ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଛି। ଏହି ଅଞ୍ଚଳରେ ସାଧାରଣ ଲୋକଙ୍କ ଯିବା ଆସିବା ଏବଂ ସାଧାରଣ ପରିବହନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଉଛି। ତେବେ ଲୋକଙ୍କ ଚିକିତ୍ସା ସହିତ ଜରୁରୀ ଆବଶ୍ୟକତାକୁ ନିଗମ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ଏହି ଘୋଷିତ ଅଂଚଳରେ ଲୋକମାନେ କିଭଳି ଔଷଧ, ଗ୍ରୋସରି, ପନିପରିବା ଏବଂ ଶିଶୁ ଖାଦ୍ୟ ଭଳି ଜରୁରୀ ସାମଗ୍ରୀ ଦୁଆର ମୁହଁରେ ପାଇପାରିବେ ସେଥିପାଇଁ ନିଗମର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

- Advertisement -

ରାଉରକେଲା ସହରକୁ କୋଭିଡମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ କରାଯାଇଛି। ଏଥିପାଇଁ ଭ୍ରାମ୍ୟମାଣ ପରୀକ୍ଷା ବ୍ୟବସ୍ଥା କରାଯାଉଛି। କୋଭିଡ୍ ପଜିଟିଭ୍ ବାହାରୁଥିବା କିମ୍ବା ସଂକ୍ରମଣର ଆଶଙ୍କା ରହିଥିବା ବ୍ୟକ୍ତିଙ୍କୁ ଗୃହ ପୃଥକୀକରଣ ରହିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି। ଏହିଭଳି ଅତି ଜରୁରୀ ପ୍ରଶାସନିକ ପଦକ୍ଷେପ ପ୍ରତି ଜନସାଧାରଣ ସହଯୋଗ କରିବାକୁ ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା ସହରବାସୀଙ୍କୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories