www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର

ରାଉରକେଲା: ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଉତ୍କଳନଗର କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ‘ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ’ପକ୍ଷରୁ ଏଭଳି ଶିବିରର ଆୟୋଜନ କରାଯାଇଥିବା ବେଳେ, ଏଥିରେ ଦକ୍ଷିଣ ରାଉରକେଲା ଯୁବ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ରକ୍ତଦାନ ଦ୍ୱାରା ଅନ୍ୟକୁ ଏକ ନୂତନ ଜୀବନ ମିଳିଥାଏ ଓ ଏହା ଏକ ମହତ କାର୍ଯ୍ୟ ବୋଲି ରକ୍ତଦାନ ଶିବିରରେ ମତ ପ୍ରକାଶ ପାଇଥିଲା । ଏହି ରକ୍ତଦାନ ଶିବିର କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଆୟୋଜନ କରାଯାଇଥିଲା ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ । କାର୍ଯ୍ୟକ୍ରମରେ ଦକ୍ଷିଣ ରାଉରକେଲା ଯୁବ ମଞ୍ଚ ପକ୍ଷରୁ ଆବାହକ ଅକ୍ଷୟ ପ୍ରହରାଜ, ଘନଶ୍ୟାମ ସାହୁ, ଦିଲିପ ସିଂ, ପ୍ରଭାତ ଜେନା,ଜଗନ୍ନାଥ ପାତ୍ର, ନରେଶ ସାହୁ, ଜୀବନ ବିନ୍ଦୁ’ର ରାଉରକେଲା ଜିଲା ସଂଯୋଜକ କୁନବିହାରୀ ଦାସଙ୍କ ସମେତ ଆରଜିଏଚ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଡାକ୍ତର ମୀରା ସାସମଲ, ତାପସ କୁମାର ମର୍ଦରାଜ, ଶିବରାମ ସ୍ୱାଇଁ, କୈଳାସ ଚନ୍ଦ୍ର ଖଟୁଆ, ଦିଲୀପ କୁମାର ପୋଥାଳ, ଜଗୁ ବାରୱାଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories