www.samajalive.in
Saturday, December 6, 2025
16.1 C
Bhubaneswar

କୋଟାରୁ ଫେରି ସିଧା ଘରକୁ ଗଲେ ଛାତ୍ରଛାତ୍ରୀ

ରାଉରକେଲା . ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ସ୍କ୍ରିନିଙ୍ଗ କରାଯିବ ଓ ଆବଶ୍ୟକତା ଅନୁଯାୟୀ ସରକାରଙ୍କ କ୍ଵାରେଣ୍ଟାଇନ ସେଣ୍ଟର ଅଥବା ହୋମ କ୍ଵାରେଣ୍ଟାଇନ ବ୍ୟବସ୍ଥାରେ ରଖିବାର ନିୟମ ରହିଛି । କିନ୍ତୁ ଆଜି ସକାଳେ ରାଜସ୍ଥାନ କୋଟରୁ ୪୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁଧରି ଆସିଥିବା ବସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବସରେ ଥିବା ଛାତ୍ରଛାତ୍ରୀ ବସରୁ ଓହ୍ଲାଇ ସିଧାସଳଖ ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା ।

ସୂଚନାଅନୁସାରେ କୋଟା ରୁ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବସ ରାଉରକେଲା ଅଭିମୁଖେ ଆସିଥିଲା । ଏଥିମଧ୍ୟରୁ ରାଉରକେଲାର ୧୨ ଜଣ ଛାତ୍ରଛାତ୍ରୀ ଥିବାବେଳେ ଅନ୍ୟ ୧୩ ଜଣ ସମ୍ବଲପୁର ,ଅନୁଗୁଳ ,ନୂଆପଡା ,କଟକ ,ଯାଜପୁର ର ଥିଲେ । ୨ ଦିନ ତଳେ ଏହି ବସ ଟି କୋଟାରୁ ବାହାରିବାବେଳେ ଛାତ୍ରଛାତ୍ରୀଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ହାତରେ ଷ୍ଟାମ୍ପଇଙ୍ଗୀ ପରେ ସମସ୍ତଙ୍କୁ ଛଡାଯାଇଥିଲା ।  କିନ୍ତୁ ସେଠାକାର ପ୍ରଶାସନ ରାଉରକେଲା ପ୍ରଶାସନକୁ କୋୖଣସି ସୂଚନା ଦେଇନଥିଲା । ତେବେ ସମ୍ବଲପୁର ,ଅନୁଗୁଳ ,ନୂଆପଡା ,କଟକ ,ଯାଜପୁର ର ଛାତ୍ରଛାତ୍ରୀ ନିଜ ନିଜ ଘରକୁ ପଳାଇଯାଇଥିବାବେଳେ ବସ ଟି ସିଧାସଳଖ ଆସି ସେକ୍ଟର ୨ ବସଷ୍ଟାଣ୍ଡରେ ଲାଗିଥିଲା ।

- Advertisement -

ରାଉରକେଲାର ୧୨ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ କିଛି ନିଜ ଘରକୁ ପଳାଇଯାଇଥିଲେ । ଏ ବାବଦରେ ସୂଚନା ପାଇବା ପରେ ଅବଶିଷ୍ଟ ପିଲାମାନଙ୍କୁ ଓ ବସକୁ ରାଉରକେଲା ମହାନଗର ନିଗମର ଅଧିକାରୀମାନେ ବିପିୟୁଟି କ୍ୟାମ୍ପସକୁ ଆଣି ଅଟକ ରଖିଛନ୍ତି । ଯେଉଁପିଲାମାନେ ଘରକୁ ପଳାଇଛନ୍ତି ସେମାନଙ୍କର ମେଡିକାଲ ଯାଞ୍ଚ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories