www.samajalive.in
Saturday, December 6, 2025
19.1 C
Bhubaneswar

ଇଟାଲୀର ଦାବି- ମଣିଷ ଉପରେ କରୋନା ଟିକା ପରୀକ୍ଷଣ ସଫଳ ହେଲା

ରୋମ୍‌: ଇସ୍ରାଏଲ ପରେ ଇଟାଲୀ କରୋନା ଭୂତାଣୁର ଚିକିତ୍ସା ପାଇଁ ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ମଣିଷ ଶରୀରରେ ଏହି ଟିକାର ପରୀକ୍ଷଣ ସଫଳ ହୋଇଥିବା ଇଟାଲୀ ସରକାର କହିଛନ୍ତି। ମଣିଷ ଜୀବକୋଷରୁ ଏହି ଟିକା କରୋନା ଭୂତାଣୁକୁ ନଷ୍ଟ କରିଦେଉଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଥିବା କହିଛି ଇଟାଲୀ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶରେ ୧୧୫ଟି ସ୍ଥାନରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି। କୌଣସି ଦେଶକୁ ଏଥିରେ ସଫଳତା ମିଳି ନ ଥିବାବେଳେ ଇଟାଲୀ ସଫଳ ହୋଇଥିବା ଦାବି କରିଛି। ଯଦି ଇଟାଲୀର ଦାବି ସତ୍ୟ ହୁଏ, ତେବେ ସାରା ବିଶ୍ଵ ପାଇଁ ଏହା ସବୁଠୁ ବଡ଼ ଖୁସି ଏବଂ ଅଶ୍ଵସ୍ତିକର ଖବର ହେବ। ତେବେ ଇସ୍ରାଏଲ ଆଣ୍ଟିବଡି ପ୍ରସ୍ତୁତ କରିଥିବା କହୁଥିବାବେଳେ ଏହାର ପରୀକ୍ଷଣ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ।

ଇଟାଲୀର ନ୍ୟୁଜ ଏଜେନ୍ସି ଏଏନଏସଏ ରିପୋର୍ଟ ଅନୁସାରେ, ଇଟାଲୀର ରାଜଧାନୀ ରୋମ୍‌ର ସ୍ପାଲନଜାନି ହସ୍ପିଟାଲରେ ଏହି ଭ୍ୟାକ୍ସିନର ପରୀକ୍ଷଣ କରାଯାଇଛି। ପ୍ରଥମେ ମୂଷା ଏବଂ ପରେ ମଣିଷଙ୍କ ଉପରେ ଏହା ପରୀକ୍ଷଣ ହୋଇଥିଲା। ବୈଜ୍ଞାନିକମାନେ ପ୍ରଥମେ ମୂଷା ଉପରେ ଏହାର ପରୀକ୍ଷଣ କରିବା ପରେ ମୂଷା ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିଲା, ଯାହା ଜୀବକୋଷକୁ ସଂକ୍ରମିତ କରିବାରେ ରୋକିଥିଲା। ଏହିଭଳି ୫ଟି ଭିନ୍ନ ଭିନ୍ନ ଟିକା ବ୍ୟବହାର କରାଯିବା ପରେ ଶରୀରରେ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଥିଲା। ସେଥିରୁ ୨ଟି ଆଣ୍ଟିବଡ଼ିକୁ ବୈଜ୍ଞାନିକମାନେ ଚୟନ କରିଛନ୍ତି।

- Advertisement -

ରୋମ୍‌ର ସ୍ପାଲନଜାନି ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଫର ଇନ୍‌ଫେକ୍ସନ ଡିଜିଜ୍‌ର ଗବେଷକମାନେ କହିଛନ୍ତି, ଯେତେବେଳେ ଏହି ଟିକା ମଣିଷଙ୍କ ଉପରେ ପ୍ରୟୋଗ କରାଗଲା ସେତେବେଳେ ତାହା ମଣିଷ ଶରୀରର ଜୀବକୋଷରେ ଥିବା କରୋନା ଭୂତାଣୁକୁ ନଷ୍ଟ କରିଦେଲା। ତେବେ ଯେଉଁ ସମୟରେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ବିଶେଷଜ୍ଞମାନେ ଏଚଆଇଭି ଏବଂ ଡେଙ୍ଗୁ ଭଳି କରୋନା ଭୂତାଣୁର କୌଣସି ଟିକା ମିଳି ନ ପାରେ ବୋଲି କହିଛନ୍ତି, ସେ ସମୟରେ ଇଟାଲୀର ଏହି ସଫଳତା ଅଶ୍ଵସ୍ତି ଆଣିଦେଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories