www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଭୂତାଣୁ ସଂକ୍ରମିତ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସାହାଯ୍ୟ କରିବେ ରୋବଟ

ନୂଆଦିଲ୍ଲୀ :  ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମଣକୁ ଭୟ କରିବାକୁ ଲାଗିଲେଣି। ଏହାର କାରଣ ହେଉଛି ଡାକ୍ତରଖାନାଗୁଡ଼ିକର ପରିମଳ, ପରିଷ୍କାର ପରିଚ୍ଛନ୍ନତା ଏବଂ ଯତ୍ନ ନେବା ସତ୍ତ୍ୱେ ଦିନକୁ ଦିନ ଚ୍ୟାଲେଞ୍ଜସହ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାର ଡାକ୍ତରଖାନାଗୁଡ଼ିକ ପରିଚାଳନା ଠାରୁ ଆରମ୍ଭକରି ସାନିଟାଇଜର, ଖାଦ୍ୟ ଏବଂ ଔଷଧ ଯୋଗାଉଛନ୍ତି। ବିପଦ ମଧ୍ୟରେ ଡାକ୍ତରମାନେ ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। ତେଣୁ ବର୍ତ୍ତମାନ ଅନେକ ଡାକ୍ତରଖାନାରେ ରୋବଟର ସାହାଯ୍ୟ ନିଆଯାଉଛି। ଏହି ରୋବଟଗୁଡିକ ସମଗ୍ର ବିଶ୍ୱରେ ଅନେକ ପ୍ରକାରର କାର୍ୟ୍ୟ କରୁଛନ୍ତି ।

କରୋନା ଭାଇରସ୍ ରୋବଟ୍ : ଏହା ଅକ ଅନୁସନ୍ଧାନକରୀ ରୋବଟ । ଏହି ରୋବଟ୍ ସାହାଯ୍ୟରେ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ କାର୍ଯ୍ୟକୁ ହାଲୁକା କରିବା ପାଇଁ ଡିଜାଇନ୍ କରାଯାଇଛି। ଏହା ଦ୍ବାରା ଅଲଟ୍ରାସାଉଣ୍ଡ, ଲାଳ ପରୀକ୍ଷା, ତାପମାତ୍ରା ଯାଞ୍ଚ ଏବଂଡାକ୍ତରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଶୁଣିବାରେ ଏହା ସକ୍ଷମ ଅଟେ । ଏଥିରେ ଥିବା କ୍ୟାମେରା ସାହାଯ୍ୟରେ ମେଡିକାଲ କର୍ମଚାରୀମାନେ ସେହି କୋଠରୀରେ ଉପସ୍ଥିତ ଥିବା ରୋଗୀର ଯତ୍ନ ନେଇପାରିବେ। ଏହା ମଧ୍ୟ ରୋଗୀକୁ ପରୀକ୍ଷା କରିବା ପରେ ନିଜକୁ ପରିଷ୍କାର କରିଥାଏ ।

- Advertisement -

ୟୁଭିଡି ରୋବଟ୍ : ଏହି ରୋବଟ୍ ଅଲଟ୍ରା ଭାଓଲେଟ ଆଲୋକ ସାହାଯ୍ୟରେ ହସ୍ପିଟାଲ୍ ରୁମକୁ ପରିମଳ କରିଥାଏ । ଏଥିରେ ‘ୟୁଭି- ସି’ ଆଲୋକ ବ୍ୟବହାର କରଯାଇଥାଏ । ଯାହା ଜୀବାଣୁ ନଷ୍ଟ କରିବାରେ ସାହାଯ୍ୟ କରେ । ଥରେ ଏହାକୁ ଚାର୍ଜ ବସାଇଲେ ଏହା ଆଠ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବର ଦକ୍ଷତା ରଖିଛି।

କିନ୍ନ୍ ରୋବଟ୍ : ଏହି ରୋବଟ ଚଟାଣ ସଫା କରିବା ଠାରୁ ଆରମ୍ଭ କରି ଖାଦ୍ୟ, ଔଷଧ ଏବଂ କାଗଜପତ୍ର ବିତରଣ କରିପାରିବର ସକ୍ଷମ ରଖିଛି। ଏହି ରୋବଟ ସ୍ପ୍ରେ ନୋଜଲ ସାହଯ୍ୟରେ ଜୀବାଣୁକୁ ସହଜରେ ଦୂର କରିଥାଏ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories