www.samajalive.in
Saturday, December 6, 2025
15.1 C
Bhubaneswar

କୋହଲିଙ୍କୁ ଚିହ୍ନିନାହାନ୍ତି ରୋନାଲ୍‌ଡୋ

ନୂଆଦିଲ୍ଲୀ,  : ଭାରତୀୟ କ୍ରିକେଟ୍‌ ତାରକା ବିରାଟ କୋହଲି ବିଶ୍ବରେ ଜଣେ ବିଶିଷ୍ଟ ବ୍ୟକ୍ତି ବା ଆଇକନ୍‌ ଭାବେ ପରିଚିତ। ତାଙ୍କର ଚମତ୍କାର ବ୍ୟାଟିଂ ଦକ୍ଷତା ଯୋଗୁଁ ସାରାବିଶ୍ବରେ କୋହଲିଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ସେମାନଙ୍କ ହୃଦୟରେ ରାଜୁତି କରୁଛନ୍ତି ବିରାଟ। ସାରାବିଶ୍ବର ବୋଲରଙ୍କ ବିରୋଧରେ ପ୍ରାଧାନ୍ୟ ବିସ୍ତାରକରି ବ୍ୟାଟିଂ କରିବାର ଦକ୍ଷତା ଯୋଗୁଁ କୋହଲି କୋଟିକୋଟି ପ୍ରଶଂସକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତାଙ୍କର ଉଚ୍ଚକୋଟୀର ବ୍ୟାଟିଂ ଓ ଦଳକୁ ଜିତାଇବାର ଜିଦ୍‌ ଯୋଗୁଁ କୋହଲି ବିଶ୍ବର ଅନ୍ୟତମ ଲୋକପ୍ରିୟ କ୍ରୀଡ଼ାବିତ୍‌ ପାଲଟି ଯାଇଛନ୍ତି। ହେଲେ ଗତ ଗୁରୁବାର ସାମାଜିକ ଗଣମାଧ୍ୟମ ସ୍ତବ୍‌ଧ ହୋଇ ଯାଇଥିଲା; ଯେତେବେଳେ ବ୍ରାଜିଲର ଫୁଟ୍‌ବଲ କିମ୍ବଦନ୍ତୀ ରୋନାଲ୍‌ଡୋ ଭାରତର ବିରାଟ କୋହଲିଙ୍କୁ ଚିହ୍ନିନାହାନ୍ତି ବୋଲି ମନା କରି ଦେଇଥିଲେ। ରୋନାଲ୍‌ଡୋଙ୍କୁ ଜଣେ ୟୁଟ୍ୟୁବର ହିଁ ବିରାଟଙ୍କ ବିଷୟରେ ପ୍ରଶ୍ନ କରିଥିଲେ। ସେମାନଙ୍କ ବାର୍ତ୍ତାଳାପ ଏହିପରି ଥିଲା।
ୟୁଟ୍ୟୁବ୍‌: ତୁମେ ବିରାଟ କୋହଲିଙ୍କୁ ଜାଣିଛ? ରୋନାଲ୍‌ଡୋ: ସେ କିଏ?
ୟୁଟ୍ୟୁବ୍‌: ତୁମେ ବିରାଟ କୋହଲିଙ୍କୁ ଜାଣିନାହଁ?
ରୋନାଲ୍‌ଡୋ: ସେ କ’ଣ କରନ୍ତି? ଜଣେ ଖେଳାଳି?
ୟୁଟ୍ୟୁବ୍‌: ସେ ଜଣେ କ୍ରିକେଟ୍‌ ଖେଳାଳି।
ରୋନାଲ୍‌ଡୋ: ଆମ ଅଞ୍ଚଳରେ ସେ ସେତେ ଲୋକପ୍ରିୟ ନୁହନ୍ତି।
ୟୁଟ୍ୟୁବ୍‌: ସେ ବିଶ୍ବର ସର୍ବଶ୍ରେଷ୍ଠ କ୍ରିକେଟ୍‌ ଖେଳାଳି। ପାକିସ୍ତାନର ବାବର ଆଜମ୍‌ଙ୍କ ପରି ବିରାଟ କୋହଲି ଚମତ୍କାର କ୍ରିକେଟ୍‌ ଖେଳିଥାଆନ୍ତି। ବୋଧହୁଏ ତୁମେ ବିରାଟଙ୍କୁ ଦେଖିନାହଁ। (ପ​‌େ​‌ର ୟୁଟ୍ୟୁବର ଜଣକ ବିରାଟ କୋହଲିଙ୍କ ଫଟୋ କାଢ଼ି ରୋନାଲ୍‌ଡୋଙ୍କୁ ​‌ଦେଖାଇଥିଲେ)।
ରୋନାଲ୍‌ଡ: ହଁ, ସତକଥା।
୧୪ ମାସ ପରେ ବିରାଟ କୋହଲି ଭାରତୀୟ ଟ୍ବେଣ୍ଟି୨୦ ଦଳକୁ ଫେରିଛନ୍ତି। ଫଳରେ ସେ ଜୁନ୍‌ରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଖେଳିବା ସ୍ପଷ୍ଟ ହୋଇଯାଇଛି। ଗୁରୁବାର ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା କୋହଲି ବ୍ୟକ୍ତିଗତ କାରଣରୁ ଏହି ମ୍ୟାଚ୍‌ ଖେଳିନଥିଲେ। ତେବେ ସେ ୧୪ରେ ଇନ୍ଦୋର ଓ ୧୭ରେ ବେଙ୍ଗାଲୁରୁରେ ୨ୟ ଓ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories