BJD Bijuli 480×75 Mob

ଜୀବନରେ  ଶିକ୍ଷକଙ୍କର ଭୂମିକା

BJD Bijuli 480×75 Mob
0

ଉତ୍ତମ ଶିଳ୍ପୀ ଯେକୌଣସି ପ୍ରକାରର ପଥରକୁ ଖୋଦେଇ କରି ସୁନ୍ଦର ମୂର୍ତ୍ତୀକୁ ଆକୃତି ଦେଇପାରେ। ମୂର୍ତ୍ତିକୁ ସୁନ୍ଦର ଭାବେ ଗଢିବା ପାଇଁ ଶିଳ୍ପୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଠିକ୍‍ ସେହିପରି ଏକ ଭଲ କୁମ୍ଭାର ଓଦା ମାଟିକୁ ଏକ ଆକାର ପ୍ରଦାନ କରି ବ୍ୟବହାର କରିବା ପାଇଁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରିଥାଏ। ଯଦି ଶିଳ୍ପୀ ଅଥବା କୁମ୍ଭାର ନିଜ କର୍ତ୍ତବ୍ୟକୁ ଠିକ୍‍ ଭାବେ ସମ୍ପାଦନ କରିବେ ନାହିଁ, ତେବେ ଏକ ଭଲ ଦ୍ରବ୍ୟ କେବେ ମଧ୍ୟ ମିଳିବ ନାହିଁ। ତେଣୁ ଶିକ୍ଷକ ଅଥବା ଗୁରୁ ହେଉଛନ୍ତି ସମାଜର ଆତ୍ମା। ଯାହାଙ୍କ ଅବଦାନ ବିନା ଏକ ଭଲ ସମାଜ ଗଠନ ସମ୍ଭବ ନୁହେଁ। ତାଙ୍କର କର୍ତ୍ତବ୍ୟର ପଥରେ ସଭିଁଏ ନିଜକୁ ଏକ ନିର୍ଦ୍ଦିଷ୍ଟ ଆକାର ଅର୍ଥାତ ନିଜକୁ ଶିକ୍ଷାରେ ଯୋଗ୍ୟତା କରାଇ ଏକ ଭଲ ମଣିଷ ଭାବେ ଗଢିପାରନ୍ତି। ତେଣୁ ଏହି ମହାନ ଆତ୍ମାଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ଗୁରୁଙ୍କୁ ଏକ ସ୍ୱତନ୍ତ୍ର ଦିନ ଯାହାକୁ କୁହାଯାଏ ଗୁରୁଦିବସ। ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନ ପ୍ରଦାନ କରି ଆଶୀର୍ବାଦ ଓ ପ୍ରେରଣା ପାଇବା ହେଉଛି ଜୀବନର ଶ୍ରେଷ୍ଠତା।

Leave A Reply