www.samajalive.in
Friday, December 5, 2025
26.1 C
Bhubaneswar

କୋଭିଡ-୧୯ ମୁକାବିଲାରେ ବିଦେଶ ମନ୍ତ୍ରାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସମାଜ ପୋର୍ଟାଲ ଡେସ୍କ: କୋଭିଡ୍‍-୧୯ର ମୁକାବିଲା ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସରଞ୍ଜାମ ଉପଲବ୍ଧ କରାଇବାରେ ବୈଦେଶିକ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକର ସକ୍ରିୟ ପଦକ୍ଷେପ ଯୋଗୁଁ ଆଗାମୀ କିଛି ସପ୍ତାହ ଭିତରେ ଭୂତାଣୁ ପରୀକ୍ଷା କିଟ୍‍, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ମାସ୍କ ପ୍ରଭୃତି ବିଦେଶରୁ ଆସି ପହଞ୍ଚିବ। ବୈଦେଶିକ ବିଭାଗ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ୬ଟି ଏସୟୁଭି ଆକାରର ଅତି ଦ୍ରୁତଗାମୀ ପରୀକ୍ଷା ଯନ୍ତ୍ର ଆମେରିକାରୁ ଅଣାଯାଉଛି। ଏହି ମେସିନ୍‍ଗୁଡ଼ିକର ବିଶ୍ୱରେ ବର୍ତ୍ତମାନ ଯଥେଷ୍ଟ ଚାହିଦା ରହିଛି।

ଏହାଛଡ଼ା ଭାରତର ଗବେଷଣା ଓ ବିକାଶ ପରୀକ୍ଷାଗାରଗୁଡ଼ିକ ଇସ୍ରାଏଲ୍‍ ଓ ଜର୍ମାନୀର ପରୀକ୍ଷାଗାରଗୁଡ଼ିକ ସହିତ ଯୋଗାଯୋଗ ରକ୍ଷା କରିଛନ୍ତି। ଇସ୍ରାଏଲ୍‍ ଓ ଜର୍ମାନୀର ପରୀକ୍ଷାଗାରଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଗବେଷଣା କରାଯାଉଛି। ସେ କହିଛନ୍ତି, କୋଭିଡ୍‍-୧୯ର ମୁକାବିଲା ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅନୁସାରେ ୭ଟି କ୍ଷମତା ସମ୍ପନ୍ନ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀଗୁଡ଼ିକ ବିଭିନ୍ନ ସରକାରୀ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବେ। ଅନ୍ୟପକ୍ଷରେ ବିଦେଶ ମନ୍ତ୍ରାଳୟ କୋଭିଡ୍‍-୧୯ କଣ୍ଟ୍ରୋଲ୍‍ ରୁମ୍‍ ଗତ ମାର୍ଚ୍ଚ ୧୬ ତାରିଖରୁ ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରୁଛି ଓ ଏପର୍ଯ୍ୟନ୍ତ ୩ ହଜାର କଲ୍‍ ଓ ୨୫ ହଜାର ଇ-ମେଲ୍‍ ଆସିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories