www.samajalive.in
Friday, December 5, 2025
26.1 C
Bhubaneswar

କରୋନା ବିରୋଧରେ ଭାରତୀୟ ଯୁବ ଇଞ୍ଜିନିୟରଙ୍କ ‘ଯୁଦ୍ଧଂ ଦେହି’: ଉଦ୍ଭାବନ କଲେ ୭ ନୂତନ ଯନ୍ତ୍ରାଂଶ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଦେଖାଦେଇଥିବା ମହାମାରୀ କରୋନା ମୁକାବିଲା ପାଇଁ ଅଗ୍ରଣୀ ଟେକ୍‌ନୋଲୋଜି କମ୍ପାନୀ ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଭାରତୀୟ ଯୁବ ଇଞ୍ଜିନିୟରମାନେ ମଧ୍ୟ ପଛରେ ନାହାନ୍ତି । ଏହି ପ୍ରତିଭାବାନ ଯୁବ ଇଞ୍ଜିନିୟରମାନେ ନିଜ ପ୍ରଚେଷ୍ଟାରେ ଏଭଳି କିଛି ଜ୍ଞାନକୌଶଳ ଉଦ୍ଭାବନ କରିଛନ୍ତି, ଯାହା ନିଶ୍ଚିତ ଭାବେ କରୋନା ସହ ଲଢିବାରେ ବଡ ପଦକ୍ଷେପ ହେବ। ତେବେ ଆସନ୍ତୁ ଜାଣିବା ଭାରାତୀୟ ଯୁବ ଇଞ୍ଜିନିୟରମାନଙ୍କ ଜ୍ଞାନକୌଶଳ ବିଷୟରେ…

ଡ୍ରୋନ ସାନିଟାଇଜେସନ – ଆଇଆଇଟି ଗୌହାଟିର ଛାତ୍ରମାନେ ଏପରି ଏକ ଡ୍ରୋନ ନିର୍ମାଣ କରିଛନ୍ତି, ଯାହା ଦ୍ବାରା ଆକାଶମାର୍ଗରୁ ବହୁ ଅଞ୍ଚଳକୁ ଏକ ସମୟରେ ବିଶୋଧନ  କରାଯାଇପାରିବ। ଯେଉଁ ସ୍ଥାନକୁ ବିଶୋଧନ କରିବା ପାଇଁ ପ୍ରାୟ ଦେଢ ଦିନ ସମୟ ଲାଗୁଛି, ତାହାକୁ ଏହି ଡ୍ରୋନ ସାହଯ୍ୟରେ ମାତ୍ର ୧୫ମିନିଟରେ ସମ୍ପୂର୍ଣ୍ଣ କରାଯାଇ ପାରିବ । ରେସ୍ଫ୍ଲାଏ ନାମକ ଷ୍ଟାର୍ଟଅପ ଦ୍ବାରା ଏହି ଡ୍ରୋନର ନିର୍ମାଣ କରାଯାଇଛି । ଏବେ ଆସାମ ଓ ଉତ୍ତରାଖଣ୍ଡ ସରକାରଙ୍କ ସହଗୋଗିତାରେ ଏହି କମ୍ପାନି କରୋନା ଲଢାଇରେ ନିଜର ଯୋଗଦାନ କରିଛି।

- Advertisement -
indiatimes

କେଟ୍ଟୋ ଆପ୍ ମାଧ୍ୟମରେ ପାଣ୍ଠି ସଂଗ୍ରହ – ବେଙ୍ଗଲୁରର ରୋହିତ ଆସିଲ କେଟ୍ଟୋ ଆପ୍ ମାଧ୍ୟମରେ ଏକ ପାଣ୍ଠି ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ କରୋନା ଲଢେଇରେ ସାମିଲ ଥିବା ଯୋଦ୍ଧାମାନଙ୍କ ନିକଟରେ ପିପିଇ କିଟ୍ ପ୍ରଦାନ କରାଯାଇଛି । ଆରମ୍ଭରୁ ଏହି ପାଣ୍ଠିର ଲକ୍ଷ୍ୟ ଥିଲା ୧,୫୫,୦୦୦ କିନ୍ତୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ସଂଗ୍ରହ କରିବାରେ ଏହି ପାଣ୍ଠି ସଫଳ ହୋଇଛି । ବର୍ତ୍ତମାନ ଦକ୍ଷିଣ କନ୍ନଡା ଜିଲାରେ ଯୋଗାଇ ଦିଆଯାଇଛି ।

ରୋବୋଟିକ୍ ସାନିଟାଇଜେସନ୍ – ଆଇଆଇଟି ଖଡଗପୁରର ଛାତ୍ର ଦେବୟାନ୍ ସାହା ଏବଂ ଏମ୍ସର ଛାତ୍ର ଶଶି ରଂଜନ ଏକ ରୋବୋଟିକ୍ ସାନିଟାଇଜେସନ୍ ଉଦ୍ଭାବନ କରିଛନ୍ତି। ଏଥିରେ ଏୟାରଲେନ୍ସ ମାଇନସ୍ କ୍ୟାମେରା ରହିଛି। ଯାହା ମାଧ୍ୟମରେ କାଶିବା ଏବଂ ଛିଙ୍କିବା ସମୟରେ ମୁହଁରୁ ନିର୍ଗତ ହେଉଥିବା ଅଦୃଶ୍ୟ ଜଳ ବୁନ୍ଦାକୁ ସହଜରେ ସଫା କରାଯାଇ ପାରିବ। ଏହା ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକୁ ସଫା କରିବାରେ ସହାୟକ ହେବ।

indiatimes

ଏଆଇ ଥର୍ମାଲ କ୍ୟାମେରା – ଭାରତୀୟ ଯୁବ ଇଞ୍ଜିନିୟରମାନେ ଏକ ନୂତନ ଥର୍ମାଲ୍ କ୍ୟାମେରା ଲଞ୍ଚ କରିଛନ୍ତି । ଯାହା ସାହାଯ୍ୟରେ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଅଧିକ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସତର୍କ କରାଇବ । ଯାହାଫଳରେ କରୋନା ସଂକ୍ରମିତ ହୋଇ ଜ୍ବରାକ୍ରାନ୍ତ ବ୍ୟକ୍ତିଙ୍କୁ ସହଜରେ ଏହି କ୍ୟାମେରା ଦ୍ବାରା ଚିହ୍ନଟ କରାଯାଇ ପାରିବ ।

indiatimes

ଆଣ୍ଟି ମାଇକ୍ରୋ-ବାଓଲୋଜିକାଲ ମ୍ୟାଟ୍ – କାର୍‌  ସିଟ୍ ଓ ଭିତର ଅଂଶକୁ ସ୍ୱଚ୍ଛ ରଖିବା ପାଇଁ ଯୁବ ଇଞ୍ଜିନିୟରମାନେ ଏକ ନୂତନ ଉପାୟ ଉଦ୍ଭାବନ କରିଛନ୍ତି । ଆଣ୍ଟି ମାଇକ୍ରୋ-ବାଓଲୋଜିକାଲ ମ୍ୟାଟ୍ ତିଆରି କରିଛନ୍ତି। ଯାହାର ବ୍ୟବହାର ଦ୍ବାରା କାର ସିଟ୍ ବା ଭିତର ଅଂଶରେ ଥିବା କରୋନା ଭୂତାଣୁକୁ ସଂମ୍ପୂର୍ଣ୍ଣ ନଷ୍ଟ କରାଯାଇ ପାରିବ ।

ପ୍ରୋଟୋଟାଇପ୍ ରୋବୋଟ୍ – ଆଇଆଇଟି ଗୌହାଟିର ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ଛାତ୍ରମାନେ କୋଭିଡ-୧୯ର ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଦୁଇଟି ରୋବଟ୍ ଉଦ୍ଭାବନ କରିଛନ୍ତି। ଗୋଟିଏ ରୋବଟ୍ ଡାକ୍ତରଖାନାର କରୋନା ୱାର୍ଡରେ ଖାଦ୍ୟ ଏବଂ ଔଷଧ ବିତରଣ କରିବ। ଦ୍ବିତୀୟ ରୋବଟ୍ କରୋନା ରୋଗୀଙ୍କ ଚିକିତ୍ସାର ବର୍ଜ୍ୟବସ୍ତୁ ବହନ କରି ଏହାକୁ ସଠିକ୍ ଭାବେ ନଷ୍ଟ କରିବ । ଏହା ଦ୍ବାରା ଅନ୍ୟମାନେ ସଂକ୍ରମିତ ହେବେ ନାହିଁ। ଦୁଇ ସପ୍ତାହ ମଧ୍ୟରେ ପ୍ରୋଟୋଟାଇପ୍ ରୋବଟ୍ ପ୍ରସ୍ତୁତ ହୋଇଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି।

indiatimes

ସ୍ମାର୍ଟ ୱାୟାରଏବୁଲ୍(କାୱାଚ୍) ଡିଭାଇସ୍ – ବି ଟେକ୍ ଛାତ୍ର ପ୍ରବୀଣ କୁମାର ଦାସ ତାଙ୍କ ପ୍ରଫେସରମାନଙ୍କ ସହାୟତାରେ ଏକ ଛୋଟ ଡିଭାଇସ୍ ଉଦ୍ଭାବନ କରିଛନ୍ତି । ଯାହାକୁ ସେ କାୱାଚ୍ ବୋଲି କହିଛନ୍ତି। ଏହି ଡିଭାଇସ୍ ଟି ପ୍ରତି ତିରିଶ ମିନିଟରେ ହାତ ଧୋଇବାକୁ ମନେ ପକାଇବ । ଏହି ଡିଭାଇସରେ ଥିବା ଥର୍ମାଲ୍ ସେନ୍ସର ଶରୀରର ତାପମାତ୍ରା ଉପରେ ନଜର ରଖିବ। ଯଦି ଶରୀରର ତାପମାତ୍ରା ସାଧାରଣସ୍ତରରୁ ଅଧିକ ହୋଇଯାଏ, ତେବେ ଏହା ସତର୍କ କରାଇବ କିମ୍ବା ଫୋନକୁ ଏକ ନୋଟିସ୍ ପଠାଇବ ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories