www.samajalive.in
Wednesday, December 10, 2025
26.1 C
Bhubaneswar

ସୁପର ଓଭରରେ କ’ଣ କରିବି ଭାବି ପାରିନଥିଲି : ରୋହିତ

ଘରୋଇ ନ୍ୟୁଜିଲାଣ୍ଡକୁ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସୁପର ଓଭର ଜରିଆରେ ପରାସ୍ତ କରିଥିଲା ଭାରତ। ଉଭୟ ଦଳ ନିର୍ଦ୍ଧାରିତ ଓଭରରେ ୧୭୯ ରନ୍ କରିବାରୁ ମ୍ୟାଚ୍‌ ଟାଇ ହୋଇଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା। ସୁପର ଓଭରରେ ନ୍ୟୁଜିଲାଣ୍ଡ ଦଳ ୧୭ ରନ୍‌ କରିଥିଲା। ବିଜୟ ପାଇଁ ଭାରତ ୧୮ ରନ୍ ଆବଶ୍ୟକ ରୁଥିବା ବେଳେ ରୋହିତ ଶର୍ମା ଓ କେଏଲ୍‌ ରାହୁଲ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦି ବୋଲିଂ କରୁଥିବା ବେଳେ ଅଧିକାଂଶ ବଲ୍‌ରେ ସେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ତେବେ ଶେଷ ଦୁଇଟି ବଲ୍‌ରେ ରୋହିତ ଦୁଇଟି ଛକା ମାରି ଭାରତୀୟ ଦଳକୁ ବିଜୟୀ କରାଇଥିଲେ।
ମ୍ୟାଚ୍‌ ଜିତିବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରୋହିତ ଶର୍ମା କହିଥିଲେ ପୂର୍ବରୁ ସୁପର ଓଭରରେ ବ୍ୟାଟିଂ କରିବାର ତାଙ୍କର ଅଭିଜ୍ଞତା ନ ଥିଲା। ତେଣୁ କ’ଣ କରିବେ ବୋଲି ଭାବି ପାରିନଥିଲି। ମୂଳରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିବି କି ଶେଷ ବେଳକୁ ବଡ଼ ସଟ୍ ଖେଳିବି ତାହାକୁ ନେଇ ସନ୍ଦିହାନ ଥିବା ବେଳେ ଶେଷ ବେଳକୁ ଛକା ମାରିବାକୁ ନିଷ୍ପତ୍ତି ନେଇଥିଲି। ଏହାକୁ ନେଇ ବେଶ୍‌ ଖୁସି ଅଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories