www.samajalive.in
Wednesday, December 10, 2025
26.1 C
Bhubaneswar

ତୀବ୍ର ହେଉଛି ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ : ଲୋକସେବା ଭବନ ଅଭିମୁଖେ ଆଖୁଚାଷୀଙ୍କ ପଦଯାତ୍ରା ଆଜିଠାରୁ

ନୟାଗଡ଼: ନୟାଗଡ଼ ବ୍ଲକ ପାଣିପଇଲାଠାରେ ଥିବା ଚିନି କାରଖାନାକୁ ପୁନକାର୍ଯ୍ୟକ୍ଷମ କରିବା ଦାବିରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଖୁଚାଷୀମାନଙ୍କୁ ନେଇ ଆସନ୍ତା ୩୦ ତାରିଖରେ ନୟାଗଡ଼ ବ୍ଲକ ବାଲୁଗାଁ ଠାରୁ ଭୁବନେଶ୍ୱରକୁ ପଦଯାତ୍ରା କରାଯିବ। ଏହି ପଦଯାତ୍ରା ଅଭିଯାତ୍ରା ଦଳ ୩ତାରିଖରେ ଭୁବନେଶ୍ୱରର ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର,ସନ୍ତୋଷ କୁମାର ପ୍ରଧାନ,ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ଆଖୁଚାଷ ପାଇଁ ବିଖ୍ୟାତ ନୟାଗଡ଼ ଜିଲାର ପାରିପାର୍ଶ୍ବିକ ଅନୁକୂଳ ପିରିସ୍ଥିତି ଭିତ୍ତିରେ ନୟାଗଡ଼ ସମବାୟ ଚିନିକଳ ପ୍ରତିଷ୍ଠା ହୋଇଥିଲା। ଗୁଣବତ୍ତା ଓ ଉତ୍ପାଦନ ଯୋଗ୍ୟତା ଦୃଷ୍ଟିରୁ ଆମ ଦେଶର ଏହା ଏକ ପ୍ରମୁଖ ଚିନିକଳ ଭାବେ ମାନ୍ୟତା ପାଇ ଥିଲା। ଆଖପାଖ ୭ଟି ଜିଲାର ଆଖୁଚାଷୀ ଏହି ଚିନିକଳ ଉପରେ ନିର୍ଭର କରିଆସୁଥିଲେ; କିନ୍ତୁ ଘରୋଇ କମ୍ପାନୀ ‘ନୟାଗଡ଼ ସୁଗାର କ​‌େ​‌ମ୍ପ୍ଲକ୍ସ’ ଏହାର ପରିଚାଳନା ଦାୟିତ୍ୱ ନେବାପରେ ୨୦୧୫ ମସିହା ଠାରୁ ଏହି ଚିନିକଳରେ ତାଲା ପକାଇବା ସହିତ ଆଖୁଚାଷୀ ଓ ଶିଳ୍ପ କର୍ମଚାରୀମାନଙ୍କର ପ୍ରାପ୍ୟ ନ ଦେଇ ଚାଲିଯାଇଛନ୍ତି। ଭାରତର ଅନ୍ୟତମ ମୂଲ୍ୟବାନ ଫସଲ ରୂପେ ଗଣ୍ୟ ଆଖୁଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ନୟାଗଡ଼ ଜିଲାରୁ ଆଖୁଚାଷ ଏବେ ବୁଡ଼ିଯିବାରୁ ବସିଲାଣି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଚିନିକଳ ତଥା ଆଖୁଚାଷ ସହିତ ସମ୍ପୃକ୍ତ ହଜାର ହଜାର ଲୋକ ଏଥିଯୋଗୁଁ କର୍ମ ହରାଇଛନ୍ତି। ଏହି ଚିନିକଳ କାର୍ଯ୍ୟକ୍ଷମ ନ ହେବା ଯୋଗୁଁ ନୟାଗଡ଼ ଜିଲାର କୃଷି ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଛି। ଉଦବେଗର ବିଷୟ ହେଉଛି ପରିଚାଳନା କର୍ତ୍ତୃପକ୍ଷ କରିଥିବା ଋଣର ଖିଲାପି କାରଣରୁ ବ୍ୟାଙ୍କ ଏହି ଚିନିକଳକୁ ଲୁହାକଡ଼ି ଦରରେ ବିକ୍ରି ପାଇଁ ବାରମ୍ବାର ମସୁଧା କରି ଚାଲିଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories