କଲକାତା : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳି ଚଳାଇବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ସିଏଏ ବିରୋଧୀ ଶୋଭାଯାତ୍ରା ଚାଲିଥିବାବେଳେ ଟିଏମ୍ସିର ଜଳାଙ୍ଗି ବ୍ଲକ ସଭାପତି ତାହିରୁଦ୍ଦିନ ଗୁଳି ଚାଳନା କରିବାରୁ ୨ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ମକବୁଲ ଶେଖ୍ ଓ ଅନିରୁଦ୍ଧ ବିଶ୍ବାସ।
Popular Categories



